ଭସାଣିରେ ଦୁଲୁକିବ ନାସିକ ଢୋଲ
ଭୁବନେଶ୍ୱର : ଭୁବନେଶ୍ୱର ଅନ୍ୟତମ ପ୍ରାଚୀନ ଦୁର୍ଗାୂଜା ଭାବେ ଖ୍ୟାତି ଅର୍ଜନ କରିଥିବା ହାଟସାହି ପୁଜା ଚଳିତ ବର୍ଷ ୭୨ ବର୍ଶରେ ପହଞ୍ôଚବ । ୧୯୫୧ ମସିହାରୁ ହୋଇଆସୁଥିବା ଏହି ପୂଜାରେ ମା ମହିଷାମର୍ଦ୍ଦିନୀଙ୍କ ପୂଜା ହୁଏ । ସବୁବେଳେ ବିଧି ଓ ପରମ୍ପରାକୁ ଗୁରୁତ୍ୱ ଦେଇ ଆସୁଥିବା ଏହି ପୂଜା କମିଟି ଚଳିତ ବର୍ଷ ଭସାଣି ଉତ୍ସବକୁ ଖୁବ ଧୁମ୍ଧାମରେ ପାଳନ କରିବ । ଏଥିରେ ମହାରାଷ୍ଟ୍ର ନାସିକରୁ ଆସୁଛନ୍ତି ପ୍ରସିଦ୍ଧ ଢୋଲ ବାଦ୍ୟ ।
ଏହି ଟିମରେ ଥିବା ପ୍ରାୟ ୩୦୫ ରୁ ଅଧିକ ମହିଳା ସଦସ୍ୟ ଢୋଲ ବଜାଇବେ ପୁରୁଣା ବୁବନେଶ୍ୱର ଦାଣ୍ଡ ଦୁଲୁକାଇବେ । ଶ୍ରୀଲିଙ୍ଗରାଜ ମହ୍ରାଭୁଙ୍କ ବାପାମା ଙ୍କ ମନ୍ଦିର ନିକଟରେ ଆରମ୍ଭ ହୋଇଥିବା ଏହି ପୂଜାରେ ପ୍ରଥମରୁ ହର ପାର୍ବତୀ
ପୂଜା ପାଉଥିଲେ । ଏଠାରେ ମହାଷ୍ଟମୀ ତିଥିରେ ଶଙ୍କଡି ଭୋଗ ସାଙ୍ଗକୁ ଦେଶୀ ମାଛ ଲାଗି କରିବା ନୀତି ରହିଛି ।
Comments are closed.