ନବରାତ୍ର ଚତୁର୍ଥ ଦିନରେ କୁଷ୍ମାଣ୍ଡା ରୂପରେ ପୂଜା ପାଉଛନ୍ତି ମା

ଭୁବନେଶ୍ୱର: ଆଜି ନବରାତ୍ରିର ଚତୁର୍ଥ ଦିନ। ଆଜି ଦିନରେ ମା’ କୁଷ୍ମାଣ୍ଡାଙ୍କୁ ପୂଜା କରାଯାଏ। ନିଜର ସ୍ମିତହାସ୍ୟର ସଂପୂର୍ଣ୍ଣ ବ୍ରହ୍ମାଣ୍ଡକୁ ଉତ୍ପନ୍ନ କରିବା କାରଣରୁ ତାଙ୍କ ନାମ କୁଷ୍ମାଣ୍ଡା। ମା’ ଅନାହତ ଚକ୍ରକୁ ନିୟନ୍ତ୍ରିତ କରନ୍ତି। ଦେବୀ କୁଷ୍ମାଣ୍ଡାଙ୍କ ସ୍ୱରୂପ ଦର୍ଶନ କରି ପୂଜା କରିବା ଦ୍ୱାରା ରୋଗ, ଦୁଃଖ ଦୂର ହୁଏ। ଯଶ, ବଳ ଏବଂ ଧନରେ ମଧ୍ୟ ବୃଦ୍ଧି ହୋଇଥାଏ।

ମା କୁଷ୍ମାଣ୍ଡାଙ୍କ ୮ଟି ହାତ। ଏଥିପାଇଁ ତାଙ୍କୁ ଅଷ୍ଟଭୁଜା କୁହାଯାଏ। ତାଙ୍କ ୭ଟି ହାତରେ କ୍ରମଶଃ କମଣ୍ଡଳୁ, ଧନୁଷ, ବାଣ, କମଳ-ପୁଷ୍ପ, ଅମୃତପୂର୍ଣ୍ଣ କଳସ, ଚକ୍ର ତଥା ଗଦା ରହିଥାଏ। ଅଷ୍ଟମ ହାତରେ ସମସ୍ତ ସିଦ୍ଧି ଏବଂ ନିଧି ଦେଉଥିବା ଜପ ମାଳା ରହିଥାଏ। ମା କୁଷ୍ମାଣ୍ଡାଙ୍କୁ କଖାରୁର କାନ ଝୁମୁକା ଅତ୍ୟନ୍ତ ପ୍ରିୟ ଏବଂ ସଂସ୍କୃତରେ କଖାରୁକୁ କୁଷ୍ମାଣ୍ଡ କୁହାଯାଏ। ଏଥିପାଇଁ ମା ଦୁର୍ଗାଙ୍କ ଏହି ସୂରୂପକୁ କୁଷ୍ମାଣ୍ଡା କୁହାଯାଇଥାଏ।

Comments are closed.