କେନ୍ଦ୍ର ସରକାର ପୁଣି ମାଗଣାରେ ରାସନ୍ ଦେବେ ତିନି ମାସ

ଭୁବନେଶ୍ୱର : କରୋନା ମହାମୋରୀ ସମୟରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମାଗଣା ରାସନ ପ୍ରଦାନ କରୁଥିଲେ । ତେବେ ମାଗଣା ରାସନ ଯୋଜନାରେ ଆଜି ଏକ ବଡ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ମିଳୁଥିବା ମାଗଣା ରାସନର ଅବଧିକୁ ସରକାର ଆଉ ୩ ମାସ ବୃଦ୍ଧି କରିଛନ୍ତି । ଅବଧି ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଆଗକୁ ପୂଜା ଉସôବକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି ।

ଏହା ସହିତି ଭାରତୀୟ ରେଲୱେର ରୂପାନ୍ତିକରଣ ପାଇଁ ୧୦,୦୦୦ କୋଟି ଏସଓପି ବୃଦ୍ଧି କରାଯାଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ସୂଚନାଥାଉକି ପିଏମ ଗରିବ କଏ୍ୟାଣ ଅନ୍ନ ଯୋଜନାରେ ହିତାଧିକାରୀଙ୍କୁ ଏହି ସୟାୟତା ଯୋଗାଇ ଦିଆଯାଉଛି । ଏବେ ଏହି ଯୋଜନା ଅଧିନରେ ଲାଭାର୍ଥୀଙ୍କୁ ଡିସେମ୍ବର ମାସ ପର୍ଯ୍ୟନ୍ତ ସରକାର ମାଗଣା ରାସନ ଯୋଗାଇ ଦେବେ ବୋଲି ସୂଚନା ମିଳିଛି ।

Comments are closed.