ଦିଘା ମୁହାଣରେ ଇଲିଶିର ବର୍ଷା

ମାଛର ରାଜା ଭାବେ ପରିଚିତ ଇଲିଶି ମାଛକୁ ନେଇ ଏବେ ସରଗରମ ହୋଇଉଠିଛି ଓଡ଼ିଶା-ପଶ୍ଚିମବଙ୍ଗ ସୀମାର ଦିଘା ମୁହାଣ।

କଲିକତା : ମାଛର ରାଜା ଭାବେ ପରିଚିତ ଇଲିଶି ମାଛକୁ ନେଇ ଏବେ ସରଗରମ ହୋଇଉଠିଛି ଓଡ଼ିଶା-ପଶ୍ଚିମବଙ୍ଗ ସୀମାର ଦିଘା ମୁହାଣ। ଦୀର୍ଘ ଦିନ ପରେ ଏକାଥରକେ ବିପୁଳ ପରିମାଣର ଇଲିଶି ମାଛ ଧରାପଡ଼ିବାରୁ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଖୁସିର ମାହୋଲ୍‌ ଦେଖିବାକୁ ମିଳିଛି।

ଆଜି ଦିଘା ମତ୍ସ୍ୟ ଅବତରଣ କେନ୍ଦ୍ରରେ ୩୦ ଟନ୍‌ରୁ ଅଧିକ ଇଲିଶି ମାଛ ଆସିଥିବା ଜଣାପଡ଼ିଛି। ବିପୁଳ ପରିମାଣର ମାଛ ଆସିବା ପରେ ଟ୍ରଲର ମାଲିକ, ମତ୍ସ୍ୟଜୀବୀ ଓ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।

ସେପଟେ ବଜାରରେ ଇଲିଶିର ଦର ମାଛର ଆକାର ଓ ଓଜନ ଅନୁସାରେ ଭିନ୍ନ ରହିଛି। ପ୍ରତି କିଲୋଗ୍ରାମ୍‌ ଇଲିଶିର ଦାମ ପ୍ରାୟ ୬୦୦ ଟଙ୍କାରୁ ଆରମ୍ଭ କରି ୧୩୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ବିଶେଷକରି ବଡ଼ ଆକାରର ଇଲିଶି ପାଇଁ ବ୍ୟବସାୟୀଙ୍କ ମଧ୍ୟରେ ଅଧିକ ଚାହିଦା ଦେଖାଯାଇଛି।

ବଜାରକୁ ଏତେ ପରିମାଣର ଇଲିଶି ଆସିବା ପରେ ଆଗାମୀ ଦିନରେ ଦର ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ ବୋଲି ଆଶା କରାଯାଉଛି।

Comments are closed.