ଆଜି ମା ସ୍କନ୍ଦମାତା ରୂପେ ଦର୍ଶନ ଦେବେ

ଶାରଦୀୟ ପୂଜା ଅପସରରେ ମା ଆଜି ୫ମ ଦିନ ସ୍କନ୍ଦମାତାଙ୍କର ଉପାସନା କରାଯାଏ । ମାତା ପରମ ସୁଖଦାୟୀ । ମୋକ୍ଷର ଦ୍ୱାର ଉନ୍ମୁକ୍ତକାରିଣୀ । ଭକ୍ତଙ୍କ ସମସ୍ତ ଇଚ୍ଛା ପୂରଣ କରନ୍ତି । ମା ଦୁଃଖ ନାସିନି,ମା ଙ୍କ ଏହି ରୂପକୁ ଦର୍ଶନ କଲେ ସର୍ବଦୁଃଖ ନାଶ ଯାଏ ।

ଭଗବାନ ସ୍କନ୍ଦ କୁମାର କାର୍ତ୍ତିକେୟ ନାମରେ ଖ୍ୟାତ । ତାଙ୍କ ମାତା ହୋଇଥିବାରୁ ମା’ ଦୁର୍ଗାଙ୍କର ଏହି ସ୍ୱରୂପ ସ୍କନ୍ଦମାତା ନାମରେ ଖ୍ୟାତ । ମା’ ଚତୁର୍ଭୁଜା । ଉଦ୍ଧ୍ୱର୍ମୁଖା ହୋଇଥିବା ଦକ୍ଷିଣ ନିମ୍ନ ହସ୍ତରେ ମା’ କମଳ ପୁଷ୍ପ ଧାରଣ କରିଛନ୍ତି । ନିମ୍ନ ହସ୍ତରେ ସ୍କନ୍ଦଙ୍କୁ ଧାରଣ କରିଛନ୍ତି । ବାମ ଉଦ୍ଧ୍ୱର୍ ହସ୍ତ ବରଦ ମୁଦ୍ରା ଏବଂ ନିମ୍ନ ଭୁଜାରେ ମଧ୍ୟ କମଳ ପୁଷ୍ପ ଧାରଣ କରିଛନ୍ତି । ମା’ ଶୁଭ୍ରବର୍ଣ୍ଣା । କମଳ ଆସନରେ ବିରାଜମାନ କରିଥିବାରୁ ମାତା ପଦ୍ମାସନୀ ଦେବୀ ନାମରେ ଖ୍ୟାତ । ମା’ଙ୍କର ବାହନ ସିଂହ ।

Comments are closed.