ସୂର୍ଯ୍ୟ ରଥ ତୋରଣରେ ମା’

ଭୁବନେଶ୍ୱର : ଚଳିତ ବର୍ଷ ୬୧ ବର୍ଷରେ ପଦାର୍ପଣ କରୁଛି ୟୁନିଟ-୧ ଶ୍ରୀ ଶ୍ରୀ ମହାଦେବ ଦୁର୍ଗାପୂଜା କମିଟି । ନିଆରା ଶୌଳୀରେ ପୂଜା କରି ଚର୍ଚ୍ଚାରେ ରହିଆସୁଥିବା ଏହି କମିଟି ଚଳିତ ବର୍ଷ ବେଶ ଆଡମ୍ବପୂର୍ଣ୍ଣ ପୂଜା ପ୍ରସ୍ତୁତ କରିଥିଲେ । ସୂର୍ଯ୍ୟଙ୍କ ରଥ ପ୍ରକୃତିରେ ଏକ ତୋରଣ ତିଆରି କରାଯାଇଥିବା ବେଳେ ଭିତର ଦୃଶ୍ୟ ଏକ ରାଜ ପ୍ରସାଦ ପରି ହୋଇଛି ।

ରଙ୍ଗିନ ଆଲୋକମାଳ ସାଙ୍ଗକୁ ରାଜକୀୟ ପ୍ରସାଦର ବେଶ ଆକର୍ଷଣୀୟ ଲାଗୁଛି । ଏଥିସହ ଏହି ମଣ୍ଡପରେ ବିଭିନ୍ନ ରାଜାଙ୍କର ଘୋଡା, ହାତୀ ପରି ମୃର୍ତ୍ତିକୁ ସ୍ଥାନ ଦିଆଯାଇଛି । ତୋରଣ ଉଚ୍ଚତା ୮୦ ଫୁଟ ଓ ଚଉଡା ୭୮ ଫୁଟ ରହିଛି । ଏହି ପୂଜାରେ ବେଶ ଆକର୍ଷଣାୟ ହେଲା ଏଠାରେ ହରପାର୍ବତୀ ମୃର୍ତ୍ତି ପୂଜା କରାଯାଏ ।

Comments are closed.