ହାଡଭଙ୍ଗା ଶୀତ ଆଉ କେତେଦିନ ହେବ ଜାଣନ୍ତୁ

ଭୁବନେଶ୍ୱର : ହାଡଭଙ୍ଗା ଶୀତରେ ଥରୁଛି ରାଜ୍ୟ | ସଞ୍ଜ ହେଲେ ସୀତକୁ ଡରି ଘରେ ପଡିଯାଉଛି ତାଟି କବାଟ । ଗାଁଠୁ ସହର ସବୁଠି ଶୀତର ପ୍ରକୋପରେ ଅସ୍ତବ୍ୟସ୍ତ ଜନତା । ଦିନରେ ମଧ୍ୟ ଶୀତର ପ୍ରକୋପ ସେଭଳି ହ୍ରାସ ପାଉ ନାହିଁ । ଆଗାମୀ ୨ ରୁ ୩ ଦିନ ପାଇଁ ଓଡ଼ିଶାର କିଛି ଜିଲ୍ଲାରେତୀବ୍ର ଶୀତ ଲହରୀ ଅନୁଭୂତ ହେବାର ଆଶଙ୍କା କରିଛି ପାଣିପାଗ ବିଭାଗ । ସର୍ବନିମ୍ନ ରାତ୍ରି ତାପମାତ୍ରାରେ ଆଗାମୀ ୨ ରୁ ୩ ଦିନ ମଧ୍ୟରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ, ଏବଂ ପରବର୍ତୀ ଆଗାମୀ ୨ ରୁ ୩ ଦିନ ମଧ୍ୟରେ ରାତ୍ରି ତାପମାତ୍ରା ସ୍ଵାଭାବିକ ସମୟରେ ୨ ରୁ ୩ ଡ଼ିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ରହିଛି |
ସୁନ୍ଦରଗଡ, ଝାରସୁଗୁଡା, ବରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ସୋନପୁର, ବୌଦ୍ଧ, କନ୍ଧମାଳ, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ଦେବଗଡ ଏବଂ ସମ୍ବଲପୁର ଜିଲ୍ଲାରେ ପ୍ରବଳ ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି |

Comments are closed.