ଭୁବନେଶ୍ଵର ସୁବାଷ ନଗର ବସ୍ତିର ବେଆଇନ ଉଚ୍ଛେଦ ବିରୋଧରେ ରାଜରାସ୍ଥାକୁ ଆସି ଜୋରଦାର ଆନ୍ଦୋଳନ କରିବାକୁ ଆହ୍ୱାନ କଲା ରାଜ୍ୟ ମହିଳା କଂଗ୍ରେସ

0

ଭୁବନେଶ୍ୱର – ଆଜିକୁ ୧୪ ଦିନ ହେବ ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାଡ ନଂ- ୬୫ ଡୁମୁଡୁମା ହାଉସିଂବୋର୍ଡ ଫେଜ-୧, ସୁବାଷବୋଷ ନଗର ବସ୍ତି ବାସିନ୍ଦାମାନେ ରାଜ୍ୟ ସରକାର ଦ୍ଵାରା ବେଆଇନ ବସ୍ତି ଉଚ୍ଛେଦକୁ ବିରୋଧ କରି ଦିବାରାତ୍ର ଧାରଣାରେ ବସିଛନ୍ତି । ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ଅନୁରୋଧକ୍ରମେ ଭୁବନେଶ୍ଵର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଗୀତାଞ୍ଜଳି ମହାନ୍ତି, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡ଼ାଙ୍କୁ ସଂଗରେ ଧରି ଆନ୍ଦୋଳନ ଶୀବିରରେ ପଂହଚିଥିଲେ ।ଆନ୍ଦୋଳନକାରୀ ଶୀତକାକରେ ପଡ଼ି ଆନ୍ଦୋଳନ ଜାରି ରଖୁଥିବାରୁ ଶ୍ରୀମତୀ ପରିଡ଼ା ପ୍ରଥମେ ଆନ୍ଦୋକାରୀଙ୍କୁ ଅଭିନନ୍ଦନ ଜଣାଇ ତାଙ୍କର ଭାଷଣ ଆରମ୍ଭ କରିଥିଲେ । ୩୦ ବର୍ଷ ଧରି ଏ ବସ୍ତିର ବାସିନ୍ଦାମାନେ ଏଠାରେ ରହି ଆସୁଥିବା ସହ ବିଏମସି ଓ ନଗର ଉନ୍ନୟନ ଦ୍ବାରା ଘୋଷିତ ହୋଇଥିବା ସ୍ଥାୟୀ ବସ୍ତି ତାଲିକାରେ ସ୍ଥାନ ପାଇଛି । ଏବେ ପ୍ରଶ୍ନ ଉଠୁଛି ଉଚ୍ଛେଦର କାରଣ କ’ଣ। ପ୍ରଥମେ ଏହା ଆଇନଗତ ଦୃଷ୍ଟିରୁ ଅନ୍ୟାୟ । ମାନବିକତା ଦୃଷ୍ଟିକୋଣରୁ ମହାପାପ । ଆପଣଙ୍କର ଏହି ଆନ୍ଦୋଳନକୁ ସମର୍ଥନ ଜଣାଇବା ସହିତ ସରକାରଙ୍କ ବିରୋଧରେ ଲଢ଼େଇ କରିବାକୁ ପ୍ରସ୍ତୁତ ଅଛି । ଏକାମ୍ର ବିଧାୟକ ପ୍ରାର୍ଥୀନୀ ଶ୍ରୀମତୀ ରଶ୍ମି ମହାପାତ୍ର କହିଲେ ଏ ଆନ୍ଦୋଳନ କେବଳ ଏ ବସ୍ତିରେ ଥିବା ବସ୍ତି ବାସିନ୍ଦାଙ୍କର ନୁହଁ ଏହା ଗରିବ ଲୋକଙ୍କ ପାଇଁ କଂଗ୍ରେସର ଆନ୍ଦୋଳନ । କଂଗ୍ରେସ ଏ ଆନ୍ଦୋଳନକୁ ନିସ୍ୱାର୍ଥପର ଭାବରେ ସମର୍ଥନ ଜଣାଇଛି । ଏହାର କାରଣ ଗରିବର ଦୁଃଖକୁ କଂଗ୍ରେସ ସବୁବେଳେ ବୁଝିଥାଏ । ଭୁବନେଶ୍ଵର ଉତର ନିର୍ବାଚନ ମଣ୍ଡଳୀର ଦାୟୀତ୍ବରେ ଥିବା ବ୍ଲକ ସଭାପତି ଶ୍ରୀ ଅଶୋକ ଦାସ କହିଲେ ଭୁବନେଶ୍ଵରରେ ଯାହାକିଛି ପଟ୍ଟା ଦେଇଛି ବସ୍ତିବାସିନ୍ଦାଙ୍କୁ ତାହା କଂଗ୍ରେସ ସରକାର ସମୟରେ ଦିଆଯାଇଛି । ଦୀର୍ଘ ୨୧ ବର୍ଷ ହେଲା ଶାସନରେ ଥିବା ନବୀନ ପଟ୍ଟନାୟକ ଇଂଚେ ଯାଗାବି ଦେଇ ନାହିଁ କିନ୍ତୁ ଏ ବସ୍ତିକି ଲାଗିକି ଥିବା ତାଙ୍କ ଭାଇ ପ୍ରେମ ପଟ୍ଟନାୟକଙ୍କ ଉଚ୍ଚ ତାରକା ହୋଟେଲର ସୌନ୍ଦର୍ଯ୍ୟ ପାଇଁ ଉଚ୍ଛେଦ କରାଯାଉଛି । ଏଣୁ ଏହାକୁ ବରଦାସ୍ତ କରାଯିବ ନାହିଁ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବ୍ଲକ ସଭାପତି ସେକ୍‌ଅବତାବ ଅଲ୍ଲୀ, ପୁରୀ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ, ନିରୁପମା ପାତ୍ର ମହିଳା କଂଗ୍ରେସ ଉପସଭାପତି କୁସୁମ ପ୍ରଧାନ, ପ୍ରଭାବତି ପଟ୍ଟନାୟକ, ଚୌତାଳି ପଟ୍ଟନାୟକ, ନିରୁପମା ଦାସ, ନିଆଳୁଲ ଇସ୍‌ଲାମ, ଶିବନ ମୁସରଫ, ଦୀପକ ମହାପାତ୍ର, ସେକ ତାକମ, ରବିନ୍ଦ୍ର ନାୟକ, ପୁଷ୍କର ସୁବୁଦ୍ଧି, ବିକ୍ରମ ସୁନ୍ଦରରାୟ, ପ୍ରଭାତୀ ତ୍ରିପାଠୀ, ପ୍ରଭାସିନୀ ସାହୁ, ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗନେଇଥିଲେ ।

Leave A Reply

Your email address will not be published.