ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 2 ଯୁବକଙ୍କ ମୃତ୍ୟୁ !!

ବାଲେଶ୍ୱର (ଲଷ୍ମୀଧର ପ୍ରଧାନ) : ସଡକ ଦୁର୍ଘଟଣାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ । ସୂଚନା ମୁତାବକ ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ହୋଟେଲ ସାମ୍ନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ, ବାଇକରେ ଥିବା ଦୁଇ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ । ଟ୍ରକଟି ଭାରସାମ୍ଯ ହରାଇ ରାସ୍ତାର ଅନ୍ୟ ପଟ ନୟନ ଯୋଡିକୁ ଖସି ପଡିଛି। ମୃତ ବାଇକ ଆରୋହୀ ଦୁହେଁ ବାଲେଶ୍ୱର ରସଲପୁର ଅଂଚଳର ହୋଇ ଥିବା ବେଳେ ସେମାନେ ଆଇଟି କମ୍ପାନୀରେ କାମ କରୁଥିବା ଜଣା ପଡିଛି | ଜଣେ ରାଜେଶ ଦାସ ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ଜଣଙ୍କର ପରିଚୟ ମିଳି ପାରିନାହିଁ | ଅପରପଟେ ସ୍ଥାନୀୟ ଲୋକଙ୍କ ଦ୍ଵାରା ରାଜପଥ ଉଭୟ ପଟକୁ ଅବରୋଧ କରାଯାଇଛି । ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ ଜଳେଶ୍ଵର ପୋଲିସ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଛି |

Comments are closed.