ପୋଲ କଲଭର୍ଟରୁ ପାଣିଟାଙ୍କି ମିସ୍ତ୍ରୀ ଙ୍କ ମୃତ ଦେହ ଉଦ୍ଧର

ରିଆମାଳ: ରିଆମାଳ ଥାନା ଟିଙ୍କବୀର ପଞ୍ଚାୟତ ଅନ୍ତର୍ଗତ ଟିଙ୍କବୀର- ଅର୍ଜୁନଝରୀ ରାସ୍ତା ପୋଲ କଲଭର୍ଟର ୫ ଫୁଟ୍ ତଳେ ବୁଧବାର ସକାଳେ ଜଣେ ପାଣି ଟାଙ୍କି ତିଆରି ମିସ୍ତ୍ରୀର ମୃତ ଦେହ ପଡ଼ି ରହିଛି ।ଖବର ପାଇ ରିଆମାଳ ପୁଲିସ ଥାନା ଅଧିକାରୀ ଲଳିତା ପ୍ରଧାନ ଓ ସଦଳବଳେ ପହଞ୍ଚି ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।ମୃତ ମିସ୍ତ୍ରୀ ଜଣଙ୍କ ବିହାର ରାଜ୍ୟ ନବାଦା ଜିଲ୍ଲା ଅନ୍ତର୍ଗତ କୌଆଖୋଳ ଗ୍ରାମର ସଞ୍ଜୟ ମିସ୍ତ୍ରୀ (୪୧)।ଟିଙ୍କବୀର ଗ୍ରାମରେ ନିର୍ମାଣ ହେଉଥିବା ପାଣି ଟାଙ୍କିର ସେ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ।

ତାର ସହଯୋଗୀ ମାନଙ୍କ ସହ ସେ ନିର୍ମାଣଧୀନ ପାଣିଟାଙ୍କି ନିକଟରେ ଏକ ତମ୍ବୁରେ ରହୁଥିଲେ।ମଙ୍ଗଳବାର ରାତିରେ ସେ ନିଶାସକ୍ତ ଅବସ୍ଥାରେ ଟିଙ୍କବୀର ଲକ୍ଷ୍ମୀପୂଜା ଦେଖି ଯାଉଛି ବୋଲି ତାର ସହଯୋଗୀ ମାନଙ୍କୁ କହି ଆସିଥିଲା।ମାତ୍ର ବୁଧବାର ସକାଳ ପର୍ଯ୍ୟନ୍ତ ନ ଫେରିବାରୁ ସହଯୋଗୀ ମାନେ ଖୋଜିଥିଲେ।ରାସ୍ତାରେ ଥିବା ପୋଲ କଲଭର୍ଟରୁ ଖସି ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି।ରିଆମାଳ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି।ଦେବଗଡ଼ରୁ ଅରୂପାନନ୍ଦ ନାୟକ ମହକ ଟି ଭି ll

Comments are closed.