ଟ୍ରକ ଧକ୍କାରେ ଶିଶୁ ମୃତ ପ୍ରତିବାଦରେ ରାସ୍ତା ରୋକ

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ଧାମରା ର ପୁରୁଣା ଷ୍ଟେଟ ବ୍ୟାଙ୍କ ନିକଟରେ ଟ୍ରକ ଧକ୍କାରେ ଘଟଣାସ୍ଥଳରେ ଶିଶୁ ମୃତ ବାପା ଗୁରୁତର ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି । ଏହି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ପୁରୁଣା ଷ୍ଟେଟ ବ୍ୟାଙ୍କ ନିକଟରେ । ସନ୍ଧ୍ୟା ସମୟରେ କଶି ଆ ଗ୍ରାମ ରୁ ୨ ବର୍ଷ ଶିଶୁ ପୁତ୍ରକୁ ଜର ହୋଇ ଥିବା ରୁ ବାପା ଦୀପକ ମଣ୍ଡଳ ଓ ମାଙ୍କ ସହିତ ବାସୁଦେବପୁର ଡାକ୍ତରଖାନାକୁ ଆସୁଥିବା ସମୟରେ ଡାକ୍ତରଖାନାକୁ ୫୦ ମିଟର ଦୁରରେ ଘଟିଲା ଅଘଟଣ । ବାଇକୁ ପଛ ପଟରୁ ପିଟିଲା ଟ୍ରକ ।

ଶିଶୁର ଖଣ୍ଡ ବି ଖଣ୍ଡିତ ଶରୀର ଚତୃ ପାର୍ଶ୍ଵକୁ ଛିଟିକ ପଡିଥିଲା । ଘଟଣା ସ୍ଥଳରେ ସ୍ଥାନୀୟ ଜନସାଧାରଣ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହିଞ୍ଚ ଲୋକମାନଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି ।

Comments are closed.