ପୋଲିସ ଭ୍ୟାନ ନିୟନ୍ତ୍ରଣ ହରାଇବାରୁ ୩ପୋଲିସ କର୍ମଚାରୀ ଆହତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବା ମେବାରି ଥାନ। ଅନ୍ତର୍ଗତ ନାମ୍ବିର। ଠାରେ ପୋଲିସ ଭ୍ୟାନ ନିୟନ୍ତ୍ରଣ ହରାଇବାରୁ ୩ପୋଲିସ କର୍ମଚାରୀ ଆହତ ହୋଇଥିବା ଖବର ହସ୍ତଗତ ହୋଇଛି ।ମିଳିଥିବା ସୂଚନା ରୁ ଜଣାପଡିଛି ଯେ,ଶୁକ୍ରବାର ବା ମେବାରି ଥାନା ଅଂଚଳର ବଳଦା ପଞ୍ଚାୟତ ର ଟାଟା ଷ୍ଟିଲ କମ୍ପାନୀ ପକ୍ଷରୁ ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଜମିରେ ପରିଣତ କରିବା ପାଇଁ ଏକ ଗ୍ରାମ ସଭାର ଆୟୋଜନ ଥିଲା, ସେଥିପାଇଁ କୈାଣସି ପ୍ରକାର ର ଅପ୍ରିତୀକର ପରିସ୍ଥିତି ସୃଷ୍ଟି ନ ହେବା ନିମନ୍ତେ କେନ୍ଦୁଝର ରୁ ଏକ ପୋଲିସ ଭ୍ୟାନ ଆସିଥିଲା ।

ଅପରାହ୍ନ ପ୍ରାୟ ୩.୩୦ମିନିଟ୍ ସମୟରେ ବାମେବାରି ରୁ କେନ୍ଦୁଝର ଅଭିମୁଖେ ଯାଉ ଥିବା ବେଳେ ନମ୍ବୀର। ଠାରେ କୌଣସି କାରଣ ରୁ ଭ୍ୟାନ ଟି ନିୟନ୍ତ୍ରଣ ହରାଇ ରାସ୍ତା ତଳକୁ ଖସି ଯାଇଥିଲା ।ତେବେ ଡ୍ରାଇଭର ର ଉପସ୍ଥିତ ବୁଦ୍ଧି ହେତୁ ଭ୍ୟାନ ଟି ନିୟନ୍ତ୍ରିତ ହୋଇଥିଲା ଏବଂ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ।ତେବେ ଏଥିଯୋଗୁଁ ଭ୍ୟାନ ରେ ବସି ଥିବା ୧୮ଜଣ ପୋଲିସ କର୍ମଚାରୀ ଙ୍କ ମଧ୍ୟରୁ ୩ଜଣ ଆହତ ହୋଇଥିବା ଜଣା ପଡ଼ିଛି ।
ସଂଗ୍ରାମ କେଶରୀ ମିଶ୍ର, କେନ୍ଦୁଝର

Comments are closed.