ଦୁର୍ଘଟଣାରେ ଗୁରୁତର ଜଳେଶ୍ୱର ଯୋଗାଣ ଅଧିକାରିଣୀ ସାଗରୀକା ରାଉତରାୟ

ବାଲେଶ୍ୱର (ଲକ୍ଷ୍ମୀଧର ପ୍ରଧାନ) : ଦୁର୍ଘଟଣାରେ ଗୁରୁତର ଜଳେଶ୍ୱର ଯୋଗାଣ ଅଧିକାରିଣୀ ସାଗରୀକା ରାଉତରାୟ । ସୂଚନା ମୁତାବକ ବାଲେଶ୍ଵରରୁ ବୋଲେରୋ ଯୋଗେ ଜଳେଶ୍ୱର ବ୍ଲକ ଅଫିସକୁ ଆସିବା ସମୟରେ ଭାରସାମ୍ୟ ହରାଇ ଏକତାଳି ଛକ ନିକଟରେ ଗାଡିଟି ଓଲଟି ପଡିଥିଲା । ଗାଡିରେ ଆସୁଥିବା ଯୋଗାଣ ଅଧିକାରିଣୀଙ୍କ ସ୍ବାମୀ ଓ ଯୋଗାଣ ଅଧିକାରିଣୀ ଗୁରୁତ୍ବର ହୋଇ ପ୍ରଥମେ ଜଳେଶ୍ଵର ଜି.କେ. ଭଟ୍ଟର ହସ୍ପିଟାଲକୁ ଆସିଥିବା ବେଳେ ଅତି ଗୁରୁତ୍ବର ହେବାରୁ ବାଲେଶ୍ଵର ଜିଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ ହୋଇଛନ୍ତି ।

Comments are closed.