କବାଡ଼ିଆ ଦୋକାନରେ ଅଗ୍ନିକାଣ୍ଡ

କେନ୍ଦ୍ରାପଡ଼ା (ପ୍ରଫୁଲ୍ଲ କୁମାର ମଲ୍ଲ) : କେନ୍ଦ୍ରାପଡା ଜିଲ୍ଲା କଟକ ଚାନ୍ଦବାଲି ରାସ୍ତାର ଦୁହୁରିଆ ଛକ ନିକଟରେ ଥିବା ବିଦ୍ୟୁତ କାର୍ଯ୍ୟଳୟ ସମ୍ମୁଖରେ ଏକ କବାଡ଼ିଆ ଦୋକାନରେ ଅଗ୍ନିକାଣ୍ଡ । ସୂଚନା ଅନୁଯାୟୀ ଆଜି ଭୋର ସମୟରେ ବିଦ୍ୟୁତ ସଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିଲା | କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗର ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ବେଳେ ଉକ୍ତ ଦୋକାନରେ ସମସ୍ତ ଆସବାବପତ୍ର ଜଳି ଯାଇଥିବା ସହ ପୁରୁଣା ସ୍ପେୟାର ସ୍ପାର୍ଟର ଜଳି ପାଉଁଶ ହୋଇଯାଇଛି ।

Comments are closed.