ଐତିହାସିକ କଟକ ସହରରେ ଦୁର୍ଗା ପୂଜା

ଦୁର୍ଗା ପୂଜା କଥା କହିଲେ ଆମେ ପ୍ରଥମେ କଟକ ସହରର ପୂଜା କଥା ମନେ ପଡ଼ିଯାଏ। ପୂଜାକୁ ନେଇ ବେଶ ସରଗରମ ହୋଇଥାଏ ଏହି ତାରକସି ସହର । ନିଜର ସସ୍କୃତି ଓ ପରମ୍ପରା ଜାବୁଡି ଧରିଥିବା ଏହି ପୁରାତନ ସହର । ହଜାର ବର୍ଷର ଐତିହାସିକ ସହର କଟକର ପାର୍ବଣର ପରମ୍ପରା ନିଆରା | କଟକରେ ଶାରଦୀୟ ଦଶହରା ପୂଜାର ସ୍ଵତନ୍ତ୍ର ମାଦକତା ଓ ମହକ ରହିଛି | ଶତାଧିକ ବର୍ଷ ହେବ ଏଠାରେ ପାର୍ବଣ ପାରମ୍ପରିକ ରୀତିରେ ପାଳିତ ହୋଇ ଆସୁଛି | ଏକଦା ଏହି ପାର୍ବଣର ମୁଖ୍ୟ ଆକର୍ଷଣ ଥିଲା ଜରି ଓ ଚାନ୍ଦି ମେଢ | ଏବେ ବିଭିନ୍ନ ପୂଜା କମିଟି ପକ୍ଷରୁ ଯୁଗର ଚାହିଦା କୁ ଦୃଷ୍ଟିରେ ରଖି ସୁନା ମେଢ ନିର୍ମାଣ ପାଇଁ ଏକ ପ୍ରକାର ପ୍ରତିଯୋଗୀତା ଦେଖା ଦେଇଛି |ଭିନ୍ନ ଭିନ୍ନ ସାଜସଜ୍ଜାରେ ସୁନ୍ଦର ଦେଖା ଯାଉଥାଏ ଏହି ସହର ।

ଐତିହାସିକ କଟକ ଦୁର୍ଗାପୂଜା କେବେ ଆରମ୍ଭ ହେଲା ତାହାର ସେମିତି କିଛି ନିର୍ଦ୍ଧିଷ୍ଟ ପ୍ରମାଣ ନଥିଲେ ମଧ୍ୟ ଏହା ଷୋଡଶ ଶତାବ୍ଦୀରେ ଆରମ୍ଭ ହୋଇଥିବାର ବୁଦ୍ଧିଜୀବୀ ମାନେ ମତ ଦିଅନ୍ତି | ଗବେଷକ ମାନଙ୍କ ମତରେ ଏହି ଶାରଦୀୟ ଉତ୍ସବର ପରମ୍ପରା ଶ୍ରୀ ଚୈତନ୍ୟ ଦେବଙ୍କ ଓଡିଶା ଆଗମନ ସମୟରୁ ହିଁ ଆରମ୍ଭ ହୋଇଥିଲା | ଶ୍ରୀ ଚୈତନ୍ୟ ଦେବ କେତେକ ବୈଷ୍ଣବ ସଂପ୍ରଦାୟର ବଙ୍ଗୀୟ ପରିବାର ସହ ୧୫୧୦ ଖ୍ରୀଷ୍ଟାବ୍ଦ ରେ ପୁରୀ ଆସିଥିଲେ ଠିକ ଏହା ପରେ ପରେ କଟକ ଆସି ବାଲୁବବଜାରସ୍ଥିତ ବିନୋଦ ବିହାରୀ ମନ୍ଦିରରେ ଅବସ୍ଥାନ କରୁଥିଲେ ଏହି ସମୟରେ ହିଁ ତାଙ୍କ ଦ୍ଵାରା ମାଁ’ଙ୍କ ଘଟ ପୂଜା ଆରମ୍ଭ ହୋଇଥିଲା | ସେ ପ୍ରଥମେ ପିତୁଳା ଦୁର୍ଗା ମୂର୍ତ୍ତି ସ୍ଥାପନ କରି ପୂଜା କରିଥିଲେ | ଏହି ଘଟଣା କର୍ମରୁ କଟକ ଦୁର୍ଗାପୂଜାର ଶୃଷ୍ଠୀ ବୋଲି ବିଶ୍ବାସ|

ସର୍ବପୁରାତନ ବିନୋଦବିହାରୀକୁ ପୂଜା ମଣ୍ଡପ କଟକର ଦେବୀ ମଣ୍ଡପ ରୂପେ ଏବଂ ଏଠାକାର ଦୂର୍ଗାଙ୍କୁ ବଡ ଭଉଣୀ ରୂପେ ବିବେଚନା କରାଯାଏ | ଏହିଠାରୁ ଆରମ୍ଭ ହୋଇଥିବା ମା ଙ୍କର ପୂଜା ଅର୍ଚନା ଦୀର୍ଘ ପାଞ୍ଚ ଶହ ବର୍ଷ ହେବ କଟକରେ ବିଭିନ ସ୍ଥାନରେ ବିଧିବଦ୍ଧ ଭାବେ ପାଳିତ ହୋଇ ଆସୁଛି |

Comments are closed.