ଏଣେତେଣେ ମୋବାଇଲ ଚାର୍ଜ କରୁଛନ୍ତିକି? ସାଇବର ଠକେଇର ଶିକାର ହୋଇପାରନ୍ତି

ଭୁବନେଶ୍ୱର : ଦିନକୁ ଦିନ ବଢୁଛି ସାଇବର ଠକେଇ । ନୂଆ ନୂଆ ତରିକାରେ ସାଇବର କ୍ରାଇମ୍‌ କରୁଛନ୍ତି ସାଇବର ଠକ । ଏଣେ ତେଣେ ମୋବାଇଲ ଫୋନ୍‌ ଚାର୍ଜ ନ କରିବାକୁ ପୁଲିସ ପରାମର୍ଶ ଦେଇଛି । ସର୍ବସାଧାରଣ ସ୍ଥାନରେ ମୋବାଇଲ୍‌ ଚାର୍ଜ ନକରିବାକୁ ପୁଲିସ କହିଛି । ଏ ନେଇ ଓଡ଼ିଶା ପୁଲିସ ପକ୍ଷରୁ ସତର୍କତା ଜାରି ହୋଇଛି ।

ସାଇବର ଠକଙ୍କ କବଳରୁ ବର୍ତ୍ତିବା ପାଇଁ ପରାମର୍ଶ ଦେଇଛି ପୁଲିସ ପରାମର୍ଶ ଦେଇଛି । ସର୍ବସାଧାରଣ ସ୍ଥାନରେ ଥିବା ଚାର୍ଜିଂ ପଏଣ୍ଟରେ ମୋବାଇଲ ଚାର୍ଜ ନ କରିବାକୁ ପୁଲିସ ଲୋକଙ୍କୁ କହିଛି । ଷ୍ଟେସନ କିମ୍ବା ୟୁଏସବି ପାୱାର ଷ୍ଟେସନରେ ମୋବଇଲ ଚାର୍ଜ ନକରିବାକୁ ଟ୍ୱିଟ କରି ସର୍ତକ କରାଇଛି ଓଡିଶା ପୁଲିସ ।

ଏମିତି ଚାର୍ଜ କରିବା ଦ୍ୱାରା ସାଇବର ଠକ ମୋବାଇଲରୁ ବ୍ୟକ୍ତିଗତ ଡାଟା ଚୋରି କରି ନେଇଯିବା ସମ୍ଭାବନା ରହିଛି । ମୋବାଇଲରେ ନିଷିଦ୍ଧ ଆପ୍‌ ଇନଷ୍ଟଲ କରି ସାଇବର ଠକ ସବୁ ଡାଟା ନେଇଯାଇପାରନ୍ତି ବୋଲି ଓଡ଼ିଶା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ସାବଧାନ ଏଣେ ତେଣେ ଫୋନ ଚାର୍ଜ କରୁଛନ୍ତିକି?

Comments are closed.