ନଭେମ୍ବର ୩ ତାରିଖରୁ ପ୍ରେକ୍ଷାଳୟ ସ୍ବରାଜ ଓ ଶୀତଲଙ୍କ “ପ୍ରଥା”

ବହୁ ପ୍ରତିକ୍ଷୀତ ବଡ଼ ବଜେଟ ର ଓଡ଼ିଆ ଚଳଚ୍ଚିତ୍ର “ପ୍ରଥା” ଆସନ୍ତା ନଭେମ୍ବର ୩ ତାରିଖ ରେ ମୁକ୍ତିଲାଭ କରିବ l ସନଲିଶା ସିଗ୍ନେଚର ଫିଲ୍ମ ଦ୍ୱାରା ପ୍ରଯୋଜିତ ଚଳଚ୍ଚିତ୍ର “ପ୍ରଥା” ଓଡିଆ ସମାଜର ବିଭିନ୍ନ ପ୍ରଥା କୁ ନେଇ ପରିକଳ୍ପନା କରାଯାଇଛି l ଗଣେଶ ପୂଜା ବଜାରରେ ମୁକ୍ତିଲାଭ କରିବା ପାଇଁ ସମସ୍ତ ପ୍ରସ୍ତୁତି ସାରି ଶୁଭ ଦିନ ଅପେକ୍ଷାରେ ଥିଲେ ପ୍ରଥା ଟିମ୍। ଆସିଗଲା ପ୍ରଥା ପାଇଁ ଶୁଭଦିନ ଆଲୋକର ପର୍ବ ଦୀପାଵଳି ରେ ପ୍ରଥା ମୁକ୍ତିଲାଭ କରିବ ଏହା ନିଶ୍ଚିତ l ଆମ ଓଡିଶା ସଂସ୍କୃତି ସମ୍ପନ୍ନ ତଥା ଅନେକ ପ୍ରଥା କୁ ନେଇ ପ୍ରଚଳିତ l ଆମେ ଶିକ୍ଷିତ ସମାଜ ଆଜି ବି ଅନ୍ଧ ବିଶ୍ୱାସ କୁ ନେଇ ବଞ୍ଚୁଛନ୍ତି, ସମାଜରୁ ସେଇ ଅନ୍ଧକାରରୁ ଦୂର କରି ଆଲୋକର ବାଟ ଦେଖେଇବା ଉଦ୍ଦେଶ୍ୟ ରେ ନିର୍ମିତ ହୋଇଛି ଚଳଚ୍ଚିତ୍ର ପ୍ରଥା l ଯେପରି ଆମେ ବିଶ୍ୱାସ କରୁ ଆଲୋକର ପର୍ବ ଦୀପାବଳି ରେ ଅନ୍ଧକାର ଦୂର ହୋଇ ଆଲୋକ ଦେଖାଏ ସେଇ ଭାବନାରେ ଦୀପାବଳି ରେ ମୁକ୍ତିଲାଭ କଲେ ସମାଜ ପ୍ରତି ଏକ ସୁପ୍ରଭାବ ପକାଇବ ଭାବନାରେ ପ୍ରଯୋଜିକା ସନଲିଶା ପଟେଲ ଦୀପାବଳି ଅବସରରେ ପ୍ରଥା ମୁକ୍ତିଲାଭ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ସିନେମା ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ କୌଣସି ଜାଗାରେ କିଛି ବି କମ୍ କରିନାହାନ୍ତି ପ୍ରଯୋଜନା ସଂସ୍ଥା  ପୂର୍ବରୁ ବିଭିନ୍ନ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଅଡିଓ ରିଲିଜ୍ ଏବଂ ସିନେପଲିସ ପ୍ରେକ୍ଷାଳୟ ରେ ଚଳଚ୍ଚିତ୍ରର ଟ୍ରେଲର ଦେଖି ସିନେପ୍ରେମୀ ମୁକ୍ତିଲାଭକୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିଲେ l ଶିଶୁ କଳାକାର ରୁ ନାୟକ ସାଜି ଆଜି ଆକ୍ସନ ହିରୋ ଭାବେ ନିଜର ନିଖୁଣ ଅଭିନୟ ଦେଖାଇଥିବା ସ୍ୱରାଜ ବାରିକ ଙ୍କ ପ୍ରଶଂସା ସବୁରି ମୁହଁ ରୁ ଶୁଣିବାକୁ ମିଳୁଛି l ଟ୍ରେଲର ରେ ଓଲିଉଡ଼ ଅଭିନେତ୍ରୀ ଶୀତଲ ଙ୍କ ଅଭିନୟ ଦେଖି ମଧ୍ୟ ଦର୍ଶକଙ୍କ ଆବେଗ ବଢିଛି l ମୁମ୍ବାଇ ର ଅଭିନେତ୍ରୀ ସିମ୍ରନ୍ କୌର ଙ୍କ ଅଭିନୟର ଯାଦୁ ଦେଖିବା ପାଇଁ ଦର୍ଶକ ଅପେକ୍ଷାରେ l ନିର୍ଦ୍ଦେଶକ କେ. ମୁରଳୀକ୍ରିଷ୍ଣା ଙ୍କ ବଳିଷ୍ଠ ନିର୍ଦ୍ଦେଶନା ରେ ନିର୍ମିତ ପ୍ରଥା ଚଳଚ୍ଚିତ୍ର ନିଶ୍ଚିତ ଲୋକାଦୃତ ହେବ ଏଥିରେ ସନ୍ଦେହ ନାହିଁ ବୋଲି ପ୍ରଶଂସକ ମହଲ ରେ ଚର୍ଚ୍ଚା l ଯୁବ ସଙ୍ଗୀତ ନିର୍ଦ୍ଦେଶକ ଅସଦ ନିଜାମ ଙ୍କ ସଙ୍ଗୀତ ର ଯାଦୁ ଦେଖିବେ ଦର୍ଶକ ।

‘ପ୍ରଥା’ ହେଉଛି ଆମ ଓଡ଼ିଶାର କାହାଣୀ, ଆମ ଗାଁ’ ର କାହାଣୀ। ଏହି କାହାଣୀ ଆମ ଓଡ଼ିଶାର ପ୍ରଥା ଓ ପରମ୍ପରା ଉପରେ ଆଧାରିତ। ପ୍ରଥମ ଥର ପାଇଁ ସ୍ବରାଜ ଏବଂ ଶୀତଲ ସ୍କ୍ରିନ ସେୟାର କରିଛନ୍ତି l ତାଙ୍କ ସହିତ ମୁଖ୍ୟ ଚରିତ୍ର ରେ ଅଛନ୍ତି ମୁମ୍ବାଇ ଅବସ୍ଥାପିତ ମଡେଲ ଅଭିନେତ୍ରୀ ସିମ୍ରନ୍ କୌର। ଓଡିଶାର ଅନେକ ନାମୀ କଳାକାର ଙ୍କ ସମେତ ମୁମ୍ବାଇ, ଦିଲ୍ଲୀ ତଥା ପଞ୍ଜାବ ର କଳାକାର ମଧ୍ୟ ପ୍ରଥା ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି l ତେବେ ଅପେକ୍ଷା ନଭେମ୍ବର ୩ ତାରିଖ କୁ ।

Comments are closed.