ଟ୍ରେନ୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ
ଖୋର୍ଦ୍ଧା (ରାକେଶ କୁମାର ଜଗଦେବ) : କାଳୁପଡାଘାଟ ରେଲୱେ ଟ୍ରାକ୍ ଉପରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କାଳୁପଡାଘାଟ ରେଲୱେ ଟ୍ରାକ୍ ଅତିକ୍ରମ କରୁଥିବା ବେଳେ ଏକ ଦ୍ରୁତଗାମୀ ଟ୍ରେନ୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ ବୃଦ୍ଧ ଜଣଙ୍କ ଗଞ୍ଜାମ ଜିଲ୍ଲାର ଅଟନ୍ତି ସେ ପ୍ରତିଦିନ ଭଳି ଧାନ କାଟିବା ପାଇଁ କାଳୁପଡାଘାଟ ଆସିଥିଲେ ଏବଂ ତାଙ୍କ କାମ ସାରି ଘରକୁ ଫେରୁଥିଲେ । ବୃଦ୍ଧ ଜଣକ ନିଶା ଖାଇବା ଲୋକ ହେଇଥିବାରୁ ସେ ମଦ୍ୟପାନ କରି ରେଲୱେ ଗେଟ୍ ପଡିଥିବା ସମୟରେ ରେଲୱେ ଟ୍ରାକ୍ ଅତିକ୍ରମ କରୁଥିଲେ । ଠିକ୍ ସେହି ସମୟରେ ଦକ୍ଷୀଣ ଦିଗରୁ ଏକ ଦ୍ରୁତଗାମୀ ଟ୍ରେନ୍ ଯାହାର ନାମ ବାଙ୍ଗାଲୁରୁ ଭୁବନେଶ୍ବର ସୁପର୍ ଫାଷ୍ଟ ଏକ୍ସ୍ପ୍ରେସ୍ ସହେ ସ୍ପିଡ୍ ରେ ଆସୁଥିଲା । ଆଖ ପାଖରେ ଥିବା ଲୋକ ମାନେ ବୃଦ୍ଧ ଜଣଙ୍କୁ ମନା କରିବା ପରେ ମଧ୍ୟ ସେ ଶୁଣିବାକୁ ନାରାଜ୍ ଥିଲେ ଏବଂ ତାଙ୍କୁ ଅଟକେଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଟ୍ରେନ୍ ଟି ବହୁତ ପାଖକୁ ଆସିଥିବାରୁ ଅଟକାଇବାରେ ବିଫଳ ହୋଇଥିଲେ ଲୋକମାନେ । ବୃଦ୍ଧ ଜଣଙ୍କ ଅମାନିଆ ହୋଇ ରେଲୱେ ଗେଟ୍ ପଡିଥିବା ସମୟରେ ରେଲୱେ ଟ୍ରାକ୍ ଅତିକ୍ରମ କରିବା ବେଳେ ଟ୍ରେନ୍ ଟି ଶକ୍ତ ଧକ୍କା ଦେଇ ଚାଲିଯାଇଥିଲା ଯାହା ଫଳରେ ବୃଦ୍ଧ ଜଣଙ୍କ ୧୫ ଫୁଟ ଦୂରକୁ ଛିଟିକି ଯାଇ କିଛି ସମୟ ଛଟପଟ ହେବା ପରେ ସେହି ସ୍ଥାନରେ ମୃତ୍ୟୁ ବରଣ କରିଥିଲେ ।
Comments are closed.