ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଧଳାଜହର ଜବତ
ଜଟଣୀ(ସଞ୍ଜୀବ କୁମାର) : ଜଟଣୀ କୁଦିଆରୀ ଅଂଚଳରେ ବେଧଡକ ନିଶା ବ୍ୟବସାୟ ସମୟରେ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଜଣେ ମହିଳା ବ୍ୟବସାୟୀଙ୍କ ଠାରୁ ଲକ୍ଷାଧୀକ ଟଙ୍କାର ବ୍ରାଉନସୁଗର ଜବତ କରାଯାଇଛି । ନିଶା ବେପାରର ହବ କୁହାଯାଉଥିବା ଜଟଣୀ ସହରରୁ ପୁଣି ସାଢେ ୩ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରିଛି ଖୋର୍ଦ୍ଧାଜିଲା ଅବକାରୀ ମୋବାଇଲ ୟୁନିଟ । ଏଥିରେ ସଂପୃକ୍ତ ଜଣେ ମହିଳା ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜଟଣୀଥାନା ଅନ୍ତର୍ଗତ କୁଦିଆରୀ ଅଂଚଳରେ ବେଆଇନ ଚୋରା ନିଶାକାରବାର ହେଉଥିବା ନେଇ କେହି ଖୋର୍ଦ୍ଧା ଅବକାରୀ କାର୍ଯ୍ୟାଳୟକୁ ସୁଚନା ଦେଇଥିଲେ । ତେବେ ଏନେଇ ଖୋର୍ଦ୍ଧାଜିଲା ଅବକାରୀର ମୋବାଇଲଟିମ ସଦଳବଳେ କୁଦିଆରୀଠାରେ ଚଢାଉ କରିଥିଲେ । ଚଢାଉ ସମୟରେ ସେଠାରେ ଜଣେ ମହିଳା ବ୍ୟବସାୟୀଙ୍କ ଠାରୁ ୩୬ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା । ଉକ୍ତ ମହିଳା ବ୍ୟବସାୟୀଙ୍କୁ ଗିରଫ କରାଯାଇଥିବା ବେଳେ ମହିଳା ଜଣଙ୍କ ହେଉଛନ୍ତି କୁଦିଆରୀ ଅଂଚଳର ସୁହାନା ବିବି(୫୨) । ଜବତ ବ୍ରାଉନ ସୁଗରର ମୂଲ୍ୟ ୩ଲକ୍ଷ ୬୦ହଜାର ଟଙ୍କା ବୋଲି ଅବକାରୀ ସବଇନସ୍ପେକ୍ଟର ସସ୍ମିତା ହୋତା କହିଛନ୍ତି । ଏନେଇ ଖୋର୍ଦ୍ଧା ଅବକାରୀ କାର୍ଯ୍ୟାଳୟରେ ଏନଡିପିଏସ କେଶ ନଂ ୩୯/୨୧ରେ ମାମଲା ରୁଜୁ ହୋଇଛି |
Comments are closed.