ଅଜଣା ଗାଡି ଧକ୍କା ରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ

ସୁନ୍ଦରଗଡ ,ବଣେଇ(ସନ୍ତୋଷ କୁମାର ଅଟୀ) : ଗତକାଲି ସନ୍ଧ୍ୟାରେ ନରେନ୍ଦ୍ର-ବଣାଇଁ ପୂର୍ତ୍ତ ବିଭାଗ ରାସ୍ତାର ବର୍ଡ଼ାବାହାଳ ନିକଟରେ ଅଜଣା ଗାଡି ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l କୌଣସି ଅଜଣା ଗାଡି ବାଇକକୁ ଧକ୍କା ଦେବା ଫଳରେ ଏଭଳି ଦୁର୍ଘଟଣା ଘଟିଥିବା ଜଣା ପଡ଼ିଛି l ମୃତକ ଦୁଇ ଜଣ ଆରୋହୀ ଘନଶ୍ୟାମ ବ୍ରହ୍ମ ଓ ଶିବୁ ମହାନ୍ତି ବୋଲି ଜଣାପଡିଥିବା ବେଳେ ତାଙ୍କ ଘର ବଣାଇଁ ଥାନା ଅନ୍ତର୍ଗତ କେନ୍ଦ୍ରିକଳା ପଞ୍ଚାୟତର ଉପରପଡା ଗ୍ରାମରେ ବୋଲି ଜଣାପଡିଛି l ଦୁର୍ଘଟଣା ଘଟିବାର ଦୀର୍ଘ ସମୟ ଧରି ଆହତ ଦୁଇ ଯୁବକ ରାସ୍ତାରେ ଛଟପଟ ହେଉଥିବା ବେଳେ ବହୁ ବିଳମ୍ବରେ ଆମ୍ବୁଲାନ୍ସ ଆସି ଉଦ୍ଧାର କରି ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏବେ ଦୁଇ ଯୁବକଙ୍କ ଶବ ମର୍ଗହାଉସ୍ ରେ ରଖା ଯାଇଛି, ମୃତକଙ୍କ ପରିବାର ଓ ଜନସାଧାରଣଙ୍କ ଭିଡ ଚିକିତ୍ସାଳୟ ପରିସରରେ ଦେଖା ଯାଇଛି l ବଣାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରୀ ରହିଛି I

Comments are closed.