ଭୁବନେଶ୍ୱର ଏମସ୍ ମେଡିକାଲକୁ ଟ୍ୟୁମର ଅପରେସନ ହୋଇଥିବା ରୋଗୀ କାରରେ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଭୁବନେଶ୍ୱର ଏମସ୍ ମେଡିକାଲକୁ ଟ୍ୟୁମର ଅପରେସନ ହୋଇଥିବା ରୋଗୀ କାର ରେ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା | ଦୁର୍ଘଟଣା ହୋଇଛି ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ଥାନା କୋଚିଲା ଛକରେ | ରୋଗୀ ଯାଉଥିବା କାର୍ ହୋଇଛି ଦୁର୍ଘଟଣା | କାର୍ ର ବ୍ରେକ୍ ଫେଲ୍ ହେବାରୁ ଏକ ମାଲ ବୋଝେଇ ଟ୍ରକ୍ ପଛରେ ପିଟି ହେଲା |ବାଣପୁର ରୁ ଭୁବନେଶ୍ୱର ଯାଉଥିଲେ ଟ୍ୟୁମର ଆକ୍ରାନ୍ତ ରୋଗୀ | ମୁଣ୍ଡରେ ଟ୍ୟୁମର ହେବାରୁ ଅପରେସନ ସରିଥିଲା | ଅପରେସନ ପରେ ଷ୍ଟିଚ୍ ଖୋଲିବା ପାଇଁ ଯାଉଥିବା ବେଳେ ହେଲା ଦୁର୍ଘଟଣା | ଦୁର୍ଘଟଣାରେ ରୋଗୀ ସମେତ ୩ ଗୁରୁତର | ଗୁରୁତରଙ୍କୁ
ଟାଙ୍ଗୀ ମେଡିକାଲରେ ଭର୍ତ୍ତି | ପରେ ଗୁରୁତର ମାନଙ୍କର ସ୍ୱାସ୍ଥ୍ୟା ବସ୍ଥାରେ ଅବନତି ହେବାରୁ ଗୁରୁତର ମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରା ଯାଇଛି | ଟ୍ୟୁମର ଆକ୍ରାନ୍ତ ରୋଗୀ ହେଲେ ଖୋର୍ଦ୍ଧା ଜିଲା ବାଣପୁର ଥାନା ବାଲି କଣିଆ ଗ୍ରାମର ଗୁରୁ ସବର୬୦ବର୍ଷ,
ପୁଷ୍ପା ଶବର ୨୪ ବର୍ଷ ଓ ସମୀର ଶବର ୧୫ ବର୍ଷ ବୋଲି ଜଣା ପଡିଛି |

Comments are closed.