ଅଭୟପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ୪ ବଖରା ଗୁହାଳ ଘର ନଷ୍ଟ

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଅଭୟପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ ବଖରା ଗୁହାଳ ଘର ନଷ୍ଟ ହେବା ସହ ୨ ଟି ବଳଦ ଏବଂ ୧ ଟି ଗାଈ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି।ସୂଚନା ଅନୁଯାୟୀ ଅଳିଆ ଗଦାରୁ ନିଆଁ ଯାଇ ଅଭୟ ପୁର ଗ୍ରାମ ର ସୁଶାନ୍ତ ବେହେରା ଙ୍କ ୨ ବଖରା ଗୁହାଳ ଘର ଗୋଟିଏ ପାଳ ଗଦା ,ଜିତୁ ବେହେରାଙ୍କ ୨ ବଖରା ଗୁହାଳ ଘର ପୋଡ଼ି ପାଉଁଶ ହୋଇଯାଇଛି।ସେହିପରି ଦୟାନିଧି ଜାନୀ ଙ୍କ ର ଗୋଟିଏ ଗାଈ ଏବଂ ସୁଶାନ୍ତ ବେହେରା ଙ୍କ ୨ ଟି ଗାଈ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି।ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ।ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା ଘଟଣା ସ୍ଥଳରେ ପହଞ୍ଚି ପରିବାରର କ୍ଷୟ କ୍ଷତି ଆକଳନ କରିଥିଲେ ।ପଶୁ ଚିକିତ୍ସାଳୟ ର କର୍ମଚାରୀ ମାନେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ୨ ଟି ବଳଦ ଏବଂ ୧ ଟି ଗାଈ କୁ ଉଦ୍ଧାର କରିଥିଲେ।

Comments are closed.