ଅଭିନଵ ଉପାୟରେ ଯୁବକଙ୍କ ଠାରୁ ବାଇକ ଲୁଟ ଘଟଣାରେ ଦୁଇ ଗିରଫ

ରଣପୁର(ଚିରଞ୍ଜିବି ଦାଶ) : ଦିନକୁ ଦିନ ଭିନ୍ନ ଭିନ୍ନ ଫଣ୍ଡା ଆପଣାଇ ଲୁଟ କରୁଛନ୍ତି ଲୁଟେରା l ଏଭଳି ଏକ ଅଭିନଵ ଲୁଟ ର ଶିକାର ହୋଇଥିଲେ ଜଣେ ଯୁବକ l ଏହି ଲୁଟ ର ଫର୍ଦା ଫାସ କରିଛି ରଣପୁର ଥାନା ପୋଲିସ l ସୂଚନା ମୁତାବକ ଗତ 13ତାରିଖ ଦିନ ସଂଜୀବ ମଲ୍ଲିକ ନାମକ ଏକ ଯୁବକ କନ୍ଧମାଳ ରୁ ଭୁବନେଶ୍ୱର ଆସୁଥିବା ବେଳେ ଓଡଗାଁ ସ୍ଥିତ ରୋହିଵାଙ୍କ ନିକଟରେ ଦୁଇଜଣ ଅଜଣା ଯୁବକ ସଂଜୀବ ମଲ୍ଲିକଙ୍କୁ ଅଟକାଇ ନିଜ ଅଞ୍ଚଳର ହୋଇଥିବା ପରିଚୟ ଦେଇ ପରସ୍ପର ମଧ୍ୟ୍ୟରେ ଦୋସ୍ତି ହୋଇଥିଲା l ପରେ ଲୁଟେରା ମାନେ ଉକ୍ତ ଯୁବକକୁ ରଣପୁର ଥାନା ଅନ୍ତର୍ଗତ ଗୋଡ଼ିମଡ଼ା ଜଙ୍ଗଲରେ ମଦପିଆଇ ତାଙ୍କ ଠାରୁ ବାଇକ ଏବଂ ମୋବାଇଲ ଫୋନ ଲୁଟି ନେଇଥିଲେ l ଏ ନେଇ ରଣପୁର ଥାନା ରେ ଲିଖିତ ଅଭିଯୋଗ ହେବା ପରେ ଦୁଇ ଜଣ ଲୁଟେରା କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ଲୁଟେରା ମାନେ ହେଲେ ଓଡଗାଁସ୍ଥିତ ଭଗବତ ପୁର ର ସୁଶାନ୍ତ ରାଉତ ଏବଂ ଲଷ୍ମୀନାରାୟଣ ଆଇଟିଆ l ଏମାନଙ୍କ ନାମରେ 15ରୁ ଉର୍ଦ୍ଧ ମାମଲା ଥିବା ଜଣା ପଡିଛି l

Comments are closed.