ଦୋକାନରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ,ଜଣେ ଗୁରୁତର

ମାଲକାନଗିରି(ଅପୂର୍ଵ ଥଣ୍ଡର) : ମାଲକାନଗିରି ସହର ଟିନା ଗ୍ୟାରେଜ ଛକ ନିକଟସ୍ଥ ଦେବନାଥ ବେକେରୀ ଦୋକାନରେ ନିଆଁଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ସୂଚନାରୁ ପ୍ରକାଶ ଯେ କୌଣସି ଏକ କାରଣରୁ ଦୋକାନରେ ପ୍ରଥମେ ନିଆଁ ଲାଗିଥିଲା । ଆଉ ଏହା ଧୀରେ ଧୀରେ ପୁରା ଦୋକାନରେ ମାଡି ଯାଇଥିଲା । ନିଆଁ ଲାଗିବା ସମୟରେ ଦୋକାନରେ ଥିବା ଦୁଇଟି ଗ୍ୟାସ ଟାଙ୍କି, ସ୍କୁଟିରେ ନିଆଁ ଲାଗି ଥିଲା ଏଥିରେ ଦୋକାନ ଟି ସମ୍ପୂର୍ଣ ନଷ୍ଟ ହେବାସହ ଦୋକାନରେ ଥିବା ସାମଗ୍ରୀ ଗୁଡିକ ମଧ୍ୟ ନଷ୍ଟ ହେଇଯାଇଥିଲା । ଖବରପାଇ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଗୁରୁତର ଜଣଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିଲା ।

Comments are closed.