ଖାଲମଡ଼ା ଗ୍ରାମରେ ଅଗ୍ନିକାଣ୍ଡ ଜଳିଗଲା ଗୋଟିଏ ବଖରା ଘର

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମା ରେ ଥିବା ନୂଆଗାଁ ପଞ୍ଚାୟତ ଖାଲ ମଡା ଗ୍ରାମ ରେ ଅଗ୍ନିକାଣ୍ଡ ଘଟି ଗୋଟିଏ ବଖରା ଘର ଜଳିଯିବା ସହ ଚାଉଳ ବସ୍ତା ଓ ବିଭିନ୍ନ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି।ସୂଚନା ଅନୁଯାୟୀ ଆଜି ଦିନ ୧୨ ଟା ୩୦ ମିନିଟ୍ ସମୟରେ ସଟ୍ ସର୍କିଟ ଯୋଗୁଁ ଗ୍ରାମ ର ପ୍ରସନ୍ନ ସାହୁ ଙ୍କ ଘରେ ନିଆଁ ଲାଗିଯାଇଥିଲା। ନିଆଁ କୁ ଆୟତ୍ତ କରିବା ପୂର୍ବରୁ ଘର ସହ ଚାଉଳ ପୂର୍ଣ୍ଣ ବସ୍ତା ଏବଂ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଥିଲା । ଗ୍ରାମବାସୀ ଏବଂ ଦମକଳ ବାହିନୀ ନିଆଁ ଲିଭାଇଥିଲେ। ଘଟଣା ସ୍ଥଳରେ ନୂଆଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ପଦ୍ମ ଲୋଚନ ପରିଡ଼ା ,ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା ପହଞ୍ଚି ଘଟଣା ସମ୍ପର୍କରେ ପରିବାର ସହ ଆଲୋଚନା କରିବା ସହ ପରିବାରକୁ ଶାନ୍ତ୍ବନା ଦେଇଥିଲେ।

Comments are closed.