ରାଜଗାଙ୍ଗପୁର ପୋଲିସ ଦ୍ୱାରା ବ୍ରାଉନ ସୁଗର ବ୍ୟବସାୟୀ ଗିରଫ

ରାଜଗାଙ୍ଗପୁର(ଗିରିଜା ପ୍ରସାଦ ସାମଲ) : ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରରେ ରହୁଥିବା ଯୁବପିଢି ଆଜି କାଲି ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟ ସେବନ କରୁଛନ୍ତି ତା ମଧ୍ୟରୁ ବ୍ରାଉନ ସୁଗାର ଅନ୍ୟତମ । ଆଜି ରାଜଗାଙ୍ଗପୁର ପୁଲିସକୁ ମିଳିଛି ବଡ଼ ସଫଳତା । ସୂଚନା ଅନୁସାରେ ରାଜଗାଙ୍ଗପୁର ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବ୍ରାଉନ ସୁଗାର ଜବତ କରି ୫ ଜଣକୁ ଗିରଫ କରିଛି । ପ୍ରାପ୍ତ
ସୂଚନା ଅନୁଯାୟୀ ସହରରେ ଦିନକୁ ଦିନ ନିଶା କାରବାର ବଢ଼ିବା ଫଳରେ ଯୁବ ପିଢ଼ି ମାନେ ଏଥିରେ ଲିପ୍ତ ରହୁଛନ୍ତି । ରାଜଗାଙ୍ଗପୁର ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୦ ଗ୍ରାମ ୬୦୦ ମିଲିଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହିତ ୫ ଜଣକୁ ଗିରଫ କରିଛି ଓ ସେମାନଙ୍କ ଠାରୁ ନଗଦ ୮୭୦୦ ଟଙ୍କା , ୭ଟି ମୋବାଇଲ ,ଦୁଇଟି ବାଇକ ଜବତ କରିଛି । ଗିରଫ ହୋଇଥିବା ୫ ଜଣଙ୍କ ବିରୋଧ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଯଦି ରାଜଗାଙ୍ଗପୁର ପୋଲିସ ଏପରି ଆକ୍ସନ ମୋଡରେ ଆସେ ତା ହେଲେ ରାଜଗାଙ୍ଗପୁର ଦିନେ ନିଶାମୁକ୍ତ ହୋଇ ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Comments are closed.