ଟ୍ରକ ସହିତ ବାଇକ ଧକ୍କା ଜଣେ ମୃତ ଦୁଇ ଗୁରୁତର

0

ଆଠଗଡ(ସନ୍ତୋଷ ବଳବନ୍ତରାୟ) : ରତାପାଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମୃତକ ଜଣଙ୍କ ନୟାଗଡ଼ ଜିଲ୍ଲା ଛାମୁଣ୍ଡିଆ ଅଞ୍ଚଳର ଗୋବିନ୍ଦ ସେଠୀ | ତାଙ୍କ ବୟସ 25ବର୍ଷ ବୋଲି ଜଣାପଡିଛି ଏବଂ ଆହତ ବ୍ୟକ୍ତି ମାନେ ହେଲେ ନରସିଂହପୁର ରଜକସାହିର ଶିବୁ ସେଠୀ 22ବର୍ଷ ଓ ବୌଦ୍ଧ ଜିଲ୍ଲା ଆଠମଲ୍ଲିକ ଦୋଳମୁଣ୍ଡାଇ ଅଞ୍ଚଳର ମୁନା ସେଠୀ 20 ବର୍ଷ ବୋଲି ଜଣାପଡିଛି ।


ସୂଚନା ରୁ ପ୍ରକାଶ ଯେ ଗତକାଲି ପ୍ରାୟ ରାତି ନଅ ଟା ସମୟରେ ଗୋବିନ୍ଦ, ଶିବୁ ଏବଂ ମୁନା ଏକ ପଲସର ବାଇକରେ ବଡମ୍ବା ପଟୁ ନରସିଂହପୁର ଆଡକୁ ଆସୁଥିଲେ ଠିକ ସେହି ସମୟରେ ବଡମ୍ବା ଥାନା ଅନ୍ତର୍ଗତ ରତାପାଟ ନିକଟରେ ଏକ ଟ୍ରକ ସହିତ ସେମାନଙ୍କର ଦୁର୍ଘଟଣା ଘଟିଥିଲା । 108 ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଉଦ୍ଧାର କରି ବଡମ୍ବା ମେଡ଼ିକାଲ କୁ ନିଆଯାଇଥିଲା ସେଠାରେ ଡାକ୍ତର ଗୋବିନ୍ଦ ଙ୍କୁ ମୃତ ଘୋଷଣା କରିଥିଲେ ଏବଂ ଆହତ ମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତର ଙ୍କ ପକ୍ଷରୁ ସୂଚନା ମିଳିଛି | ଖବର ପାଇ ବଡମ୍ବା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.