ବ୍ୟବସାୟୀଙ୍କ ଠାରୁ ୨୫ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା(ମନୋରଞ୍ଜନ ପ୍ରଧାନ) : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ ଛବି ସାହୁ ନାମକ ଜଣେ ବ୍ୟବସାୟୀଙ୍କ ଠାରୁ ୨୫ ହଜାର ଟଙ୍କା ଦୁର୍ବୃତ୍ତ ମାନେ ଲୁଟି ନେଇଥିବା ଅଭିଯୋଗ ହୋଇଛି |ପ୍ରାପ୍ତ ସୂଚନା ଅନୁଯାୟୀ ବେଗୁନିଆ ବଜାରରେ ରାସନ ଦୋକାନ କରି ବ୍ୟବସାୟ କରୁଥିବା ଛବି ସାହୁ ନାମକ ଜଣେ ବ୍ୟବସାୟୀ ଗତ କାଲି ଦିନ ଦ୍ବିପ୍ରହର ସମୟରେ ନିକଟସ୍ଥ ଷ୍ଟେଟ ବ୍ୟାଙ୍କ ଏଟିଏମ ରୁ ୨୫ହଜାର ଟଙ୍କା ଉଠାଇ ନିଜର ଏକ ବ୍ୟାଗରେ ରଖି ଆସୁଥିବା ବେଳେ ଏଟିଏମ ନିକଟରେ କଳାମୁଖା ପିନ୍ଧି କିଛି ଦୁର୍ବୃତ୍ତ ଗାଡ଼ିରେ ଆସି ତାଙ୍କ ଠାରୁ ଟଙ୍କା ବ୍ୟାଗ ଲୁଟି ନେଇ ପଳାଇଥିଲେ | ବ୍ୟବସାୟୀ ଜଣକ ଏ ନେଇ ନିକଟସ୍ଥ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି |

Comments are closed.