ଅବକାରୀ ବିଭାଗର ଚଢ଼ାଉ,୨୨ ଗ୍ରାମ ବ୍ରାଉନ ସୁଗାର ଓ ମୋଟର ସାଇକେଲ ଜବତ

ଖୋର୍ଦ୍ଧା(ମନୋରଞ୍ଜନ ପ୍ରଧାନ) : ଖୋର୍ଦ୍ଧା ଅବକାରୀ ବିଭାଗ ଆଜି ସାମନ୍ତରାପୁର ଅଞ୍ଚଳରେ ଚଢ଼ାଉ କରିଥିବା ବେଳେ ସାମନ୍ତରାପୁର ଅଂଚଳରୁ ଜଣେ ଯୁବକ କୁ ଗିରଫ କରିବା ସହ ୨୨ଗ୍ରାମ ବ୍ରାଉନ ସୁଗର ଓ ଗୋଟିଏ ମୋଟର ସାଇକେଲ ଜବତ କରିଥିବା ଜଣାପଡ଼ିଛି | ପ୍ରାପ୍ତ ସୂଚନା ଅନୁଯାୟୀ ଖୋର୍ଦ୍ଧା ସାମନ୍ତରାପୁର ଅଞ୍ଚଳରେ ଜଣେ ଯୁବକ ବ୍ରାଉନ ସୁଗର ବିକ୍ରି କରୁଥିବା ଅବକାରୀ ବିଭାଗ କୁ ଗୁପ୍ତ ସୂଚନା ମିଳିଥିଲା |ଏହି ସୂଚନା ଆଧାରରେ ଅବକାରୀ ବିଭାଗ ସାମନ୍ତର ପୁର ଅଂଚଳରେ ଚଢ଼ାଉ କରି ଉକ୍ତ ଯୁବକକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି |

Comments are closed.