ପୂଜାରେ ବୁଲିବ ମୋଟର ସାଇକେଲ
ଭୁବନେଶ୍ୱର : ଦୁଇ ବର୍ଷ ପରେ କଟକଣାମୁକ୍ତ ଦୁର୍ଗାପୂଜା ଅନୁଷ୍ଠିତ ହେବ । ଫଳରେ ଚଳିତ ବର୍ଷ ପୂଜାରେ ଅଧିକ ଜନଗହଳି ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ପକ୍ଷରୁ ବିଭିନ୍ନ ପଦକ୍ଷପ ଗ୍ରହଣ କରାଯାଇଛି । ପୂଜା ସମୟରେ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ମୋବାଇଲ ଓ ମୋଟରସାଇକେଲ ନିୟୋଜିତ ହେବ ।
ଏଥିରେ ୫ଟି ମୋଟରସାଇକେଲ ପ୍ରସ୍ତୁତ ଅଛି ବୋଲି ପୁଲିସ ଆୟୁକ୍ତ ସୁଚନା ଦେଇଛନ୍ତି । ପୁଲିସ ଆୟୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ , ଦୁଇ ବର୍ଷ ପରେ କଟକଣା ମୁକ୍ତ ପବଜା ହେଉଛି । ଏଥି ପାଇଁ ୫ଟି ମୋବାଇଲ ମୋଟର ସାଇକେଲ ଦିଆଯାଇଛି । ଏଥିରି ଦିଇଟି ଭୁବନେଶ୍ୱରରେ ରହିବ ଆଉ ୩ଟି କଟକରେ ରହିବ ବୋଲି କହିଛନ୍ତି ।
Comments are closed.