ମା’ଙ୍କୁ ପାଣି କଖାରୁ ବଳି

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପାଶ୍ୱର୍ଦେବୀ ରୂପେ ପରୁଚିତ ଅଷ୍ଟଚଣ୍ଡୀଙ୍କ ମଧ୍ୟରୁ ଦେବୀ ଚାମୁଣ୍ଡାଙ୍କ ମନ୍ଦିର ବୈତାଳ ମନ୍ଦିର ନିକଟରେ ରହିଛି ବ୍ରାହ୍ମଣ ନିଯୋଗର ଝୁଲଣା ମଣ୍ଡପ । ମା ଙ୍କ ଷୋଳପୂଜା ନୀତି ମିଷ୍ଠାରେ କରାଯାଉଥିବା ବେଳେ ମା ଙ୍କ ଦୁର୍ଗାପୂଜା ମଧ୍ୟ ଷଷ୍ଠୀ ତିଥିରୁ ଆରମ୍ଭ ହେବ । ବହୁ ପୁରାତବନ ଏହି ପୂଜା ମଣ୍ଡପରେ ଗତ ୩ ବର୍ଷ ହେଲା ୧୮ ଫୁଟ ଉଚ୍ଚାର ମାଙ୍କ ଚାନ୍ଦି ମେଢ ପୂଜା ପାଉଛି ।

ସ୍ଥାନୀୟ ଅଚଂଳରେ ଜାଗାର ଅଭାବ ପାଇଁ ମୃର୍ତ୍ତି ଓ ପୂଜାକୁ ଅଧିକ ଆକର୍ଷଣୀୟ କରାଯାଉଛି । ଚଳିତ ବର୍ଷ ଆକର୍ଷଣୀୟ ତୋରଣ ସାଙ୍ଗକୁ ଭସାଣି ଉତ୍ସବକୁ ମଧ୍ୟ ଆକର୍ଷଣୀୟ କରାଯିବ । ଏଠାରେ ଅଷ୍ଠମୀରେ ଆମିଷ ଭୋଗ ଲାଗୁଥିଲା ବେଳେ ପାଣି କଖାରୁ ବଳି ଦିଆଯାଏ । ଚଳିତ ବର୍ଷ ୬ ଲକ୍ଷ ଟଙ୍କା ବଜେଟ ରହିଛି ।

Comments are closed.