ମହାଅଷ୍ଟମୀରେ ମଣ୍ଡପରେ ପୂଜାପାଉଛନ୍ତି ମା

ଭୁବନେଶ୍ୱର :ଶାରଦୀୟ ଦୁର୍ଗାପୂଜା ମା ଆଜି ହମାଅଷ୍ଟମୀ ମଣ୍ଡପରେ ପୂଜାପାଉଛନ୍ତି ମା। ପୂରୋହିତଙ୍କ ବୈଦିକ ମନ୍ତ୍ର ଉଚ୍ଚାରଣ, ହୋମ ଯଜ୍ଞ ତଥା ପରମ ବୈଷ୍ନବୀ ଦୁର୍ଗାଙ୍କ ପାରମ୍ପରିତକ ରୀତିନୀତିରେ ପୂଜାର୍ଚ୍ଚନା ସହ ଭକ୍ତ, ଶ୍ରଦ୍ଧାଳୁଙ୍କ ମାଆ ମାଆ ଡାକରେ କମ୍ପି ଉଠୁଛଇ ପୂଜା ମଣ୍ଡପ। କଟକ, ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର ଆଦି ସାରା ରାଜ୍ୟରେ ଜାକଜକମରେ ଚାଲଥିବା ଆଦି ପୂଜା ମଣ୍ଡପରେ ମାଆଙ୍କ ଆଶିଷ ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।
ଚାଲିଛି ମା’ ଜଗତଜନନୀଙ୍କ ପୂଜାର୍ଚ୍ଚନା ଆଜି ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ ପୂଜା। ଆଜି ମୃଣ୍ମୟୀ ଦେବୀଙ୍କ ନିକଟରେ ପାଣିକଖାରୁ ବଳି ଅର୍ପଣ କରାଯିବାର ବିଧି ରହିଛି ବୋଲି ପୂଜକମାନେ କହିଛନ୍ତି। ଗତକାଲି ଜଗତଜନନୀ ମା’ ଦୁର୍ଗା ଧରାବତରଣ କରିସାରିଛନ୍ତି ଓ ମା’ଙ୍କ ମହାସପ୍ତମୀ ପୂଜା ସରିଛି। କରୋନା ମହାମାରୀ ପରେ ସାର୍ବଜନୀନ ଦୁର୍ଗାପୂଜା ଅନୁଷ୍ଠିତ ହେଉଥିବାରୁ ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ବେଶ ଭିଡ଼ ଜମୁଛି। ଭକ୍ତିମୟ ହୋଇ ଉଠିଛି ସାରା ଅଞ୍ଚଳ। ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ମଣ୍ଡପରେ ଶୋଭା ପାଉଛନ୍ତି। ଅନୁକୂଳ ପାଗ ରହିଛି। ପୁଲିସ ପକ୍ଷରୁ ସମସ୍ତ ପୂଜା ମଣ୍ଡପରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମା’ଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବିଭିନ୍ନ ପୂଜାକମିଟି ଗୁଡ଼ିକ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଛି।

Comments are closed.