ଭୁଟାନ ରଜମହଲ ତୋରଣରେ ପୂଜା ପାଇବେ ମା’

ଭୁବନେଶ୍ୱର : ଘାଟିକିଆ ମା ଭୁଆସୁଣୀ ଦୁର୍ଗାପୂଜା କମିଟି ପକ୍ଷରୁ ୨୪ ବର୍ଷ ହେଲା ଗୁର୍ଗାପୂଜା ହୋଇଆସୁଛି । ପ୍ରତିବର୍ଷ ଆକର୍ଷଣୀୟ ତୋରଣ କରୁଥିବା ଏହି ପୂଜା କମିଟି ଚଳିବର୍ଷ ମଧ୍ୟ ଦର୍ଶକମାନଙ୍କର ମନମୋହିବ ।ଏଥର ମଣ୍ଡପର ତୋରଣକୁ ଭୁଟାନ ରାଜପ୍ରସାଦ ଭଳି ରୂପ ଦିଆଯାଇଛି ।

ଆକର୍ଷଣୀୟ ଆଲୋକରେ ଝଲସିବ ଏହି ତୋରଣ । ପ୍ରସ୍ଥ ୬୦ ଫୁଟ ଓ ଉଚ୍ଚତା ୭୦ ଫୁଟ ବିଶିଷ୍ଟ ତୋରଣ ନିର୍ମାଣ କରିବାକୁ ୪୦ରୁ ଅଧିକ ବଙ୍ଗୀୟ ଓ ଓଡିଆ କାରିଗର ଲାଗିଛନ୍ତି । ସେହି ପରି ମା ଙ୍କ ମୃର୍ତ୍ତିର ଉଚ୍ଚତା ୧୪ ଫୁଟ ହେଉଛି ବୋଲି ଜଣାପଡିଛି । ସବୁଠାରୁ ଆକର୍ଷଣାୟ କଥା ହେଉଛି ଯେ ଏଠାରେ ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଚୀନ ସସ୍କୃତି ଆଧାରିତ । ଆହୁରି ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିଛି ।

Comments are closed.