ମୋଟର ସାଇକଲ ସହ ବସ ଧକ୍କା ଦୁଇ ଗୁରୁତର ଜଣେ ଆହତ
ମାଲକାନଗିରି(ଅପୂର୍ବ ଥଣ୍ଡର) : ମାଲକାନଗିରି ଜିଲ୍ଲା କାଲିମେଳା ସଦର ମହାକୁମା ସ୍ଥିତ ଜଗନ୍ନାଥ ମନ୍ଦିର ନିକଟ 326 ଜାତୀୟ ରାଜ ପଥରେ ଏକ ମୋଟର ସାଇକଲ ସହ ହାଇଦ୍ରାବାଦରୁ ଫେରୁଥିବା ସାଇକ୍ରୀଷ୍ଣା ଘରୋଇ ବସ ଧକ୍କା ହେବା ଫଳରେ ମୋଟର ସାଇକେଲରେ ଥିବା ତିନି ଯୁବକ ମଧ୍ୟରୁ ଦୁଇ ଗୁରୁତର ଜଣେ ଆହତ ହଇଥିବା ସୂଚନା ମିଳିଛି l ସେଠାରେ ଉପସ୍ଥିତ ଥିବା ଲୋକମାନେ 108 ଆମ୍ବୁଲାନ୍ସ ଯୋଗେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧକ୍ଷ ଡାକ୍ତର ଅଭିତ ହୁସେନ ତାଙ୍କୁ ତୁରନ୍ତ ସେବା ଯୋଗାଇ ଦେଇଛନ୍ତି ଏବଂ ଦୁଇ ଜଣ ଗୁରତର ଥିବା କହିଥିଲେ l ଦିନକୁ ଦିନ 326 ନମ୍ବର ଜାତୀୟ ରାଜପଥରେ ବେପରୁଆ ଗାଡି ଚାଳନା ଯୋଗୁଁ ଏପରି ସଡ଼କ ଦୁର୍ଘଟଣା ହେଉଥିବା ସାଧାରଣରେ ଆଲୋଚନା ହେଉଛି l ଘଟଣା ସ୍ଥଳରେ କାଲିମେଳା ଥାନା ଅଧିକାରୀ ପହଞ୍ଚି ବସ ଓ ଡ୍ରାଇଭରକୁ ଥାନାରେ ଅଟକ ରଖିବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି l
Comments are closed.