୮ ଲକ୍ଷ ଟଙ୍କା ଠକେଇ କରିଥିବା ମହିଳାକୁ ଗିରଫ କଲା ନୂଆଗାଁ ପୁଲିସ

ନୂଆଗାଁ(ପୁଷ୍ପଲତା ପ୍ରଧାନ): ନୟାଗଡ ଜିଲ୍ଲା ନୂଆଗାଁ ପୁଲିସ ଦ୍ଵାରା ୮ ଲକ୍ଷ ଟଙ୍କା ଠକେଇ କରିଥିବା ମହିଳାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁଯାୟୀ ବରଗଡ଼ ଥାନା ଟୁରା ଗ୍ରାମ ଭଣ୍ଡାରି ସାହିର ଲକ୍ଷ୍ମଣ ବାରିକଙ୍କ ସ୍ତ୍ରୀ ଯଶୋ ବନ୍ତୀ ବାରିକ ( ୪୮) କିଛି ବର୍ଷ ହେବ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିପୁର ରେ ରହୁଥିଲେ । ଯଶୋ ବନ୍ତୀ ମହିଳା ଗ୍ରୁପ୍ ର ମହିଳା ଓ ଲୋକ ମାନଙ୍କୁ ପ୍ରଲୋଭନ ଦେଖାଇ ୮ ଲକ୍ଷ ଟଙ୍କା ଠକେଇ କରି ଫେରାର ହୋଇଯାଇଥିଲା । ଏ ନେଇ ମହିଳା ଏବଂ ଲୋକ ମାନେ ନୂଆଗାଁ ଥାନାରେ ୩୧ ଅଗଷ୍ଟ ୨୦୨୧ ରେ ଅଭିଯୋଗ କରିବା ପରେ ନୂଆଗାଁ ପୁଲିସ୍ ୧୧୨/୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । କୌଣସି ସୂତ୍ରରୁ ଯଶୋ ବନ୍ତୀ ବାଣୀଗୋଛା ଥାନା ଅଂଚଳରେ ରହୁଥିବା ଖବର ପାଇ ନୂଆଗାଁ ପୁଲିସ୍ ଚଢ଼ାଉ କରି ନୂଆଗାଁ ଥାନାକୁ ଆଣି କୋର୍ଟ ଚାଲାଣ କରିଥିବା ନୂଆଗାଁ ଥାନା ଅଧିକାରୀ ବସନ୍ତ ସାହୁ ସୂଚନା ଦେଇଛନ୍ତି ।

Comments are closed.