ବନ୍ଧୁକୁ ହତ୍ୟା କରି ପୋଡ଼ିବାର ଛାତି ଥରା ଲାଇଭ ଭିଡିଓ ଭାଇରାଲ, ପଢନ୍ତୁ ପୁରା ଘଟଣା

ବଲାଙ୍ଗୀର (ସୁଜାତା ମିଶ୍ର) : ଏ ଘଟଣା ଶୁଣିଲା ପରେ ଆପଣଙ୍କ ହୋସ ଉଡିଯିବ , ପାଦତଳୁ ମାଟି ଖସିଯିବ | ବନ୍ଧୁ ଶବ୍ଦ ଉପରୁ ଆପଣଙ୍କ ବିଶ୍ୱାସ ହଟିଯିବ କାହିଁକି ନା ଇଏ ଏପରି ଏକ ଘଟଣା ଯାହାକି ବନ୍ଧୁତ୍ୱ ପରି ଏକ ସୁନ୍ଦର ନିସ୍ଵାର୍ଥପର ସମ୍ପର୍କରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି | ବନ୍ଧୁତ୍ୱର ପବିତ୍ର ସମ୍ପର୍କକୁ ଦଳି ମକଚି ଖୀନବିନ କରିଦେଇଛି ମଣିଷ | ବନ୍ଧୁ ପ୍ରତି ବନ୍ଧୁ ଏତେ ଯେ କ୍ରୁର ନିଷ୍ଠୁର ହୋଇପାରେ ତାହାର ଏକ ନିଚ୍ଛକ ଉଦାହରଣ ହେଉଛି ନିକଟରେ ଘଟିଥିବା ଏ ଘଟଣା | ଗତ ୨୩ ତାରିଖରେ ବଲାଙ୍ଗିର ରାଜେନ୍ଦ୍ର ୟୁନିଭରସିଟି ପଛପଟେ ଦୁଇ ବନ୍ଧୁ ଅନ୍ୟ ଜଣେ ବନ୍ଧୁକୁ ଫିଲ୍ମ ଷ୍ଟାଇଲରେ ନିର୍ଦ୍ଦୟ ଭାବରେ ହତ୍ୟା କରିଥିଲେ । ହତ୍ୟା କରିବା ପରେ ପେଟ୍ରୋଲ ସାହାଯ୍ୟରେ ପୋଡି ଦେଇଥିଲେ । ସେହି ସମୟରେ ଶୁଭମ ସିଂ ନାମକ ହତ୍ୟାକାରୀ ନିଜ ମୋବାଇଲରେ ହତ୍ୟାର ଲାଇଭ ଭିଡିଓ ସୁଟ କରିଥିଲା । ଭିଡିଓରେ ଉଭୟ ହତ୍ୟାକାରୀ ଶୁଭମ ଏଵଂ ଅମିତ, ଅସ୍ତ୍ରଶସ୍ତ୍ର ଧରି ଧମକ ଦେଉଥିବା ଦେଖାଯାଉଛି । ଏହି ଛାତିଥରା ଭିଡିଓରେ, ଶୁଭମ ସିଂ ଅନ୍ୟ ଜଣେ କାହାକୁ, ଅବ ତେରୀ ବାରି କୁହାଯାଉଥିବା ଶୁଣାଯାଉଛି । ଏକ ଛୁରୀ ଦେଖାଇ ଏଇଥିରେ ହତ୍ୟା କରିଛି ବୋଲି ସେ କହିଛି | ହତ୍ୟାକାଣ୍ଡର ଏହି ଲାଇଭ ଭିଡିଓ ଏବେ ଭାଇରାଲ । ବିଶ୍ୱଦେବ ସାହୁ ହତ୍ୟାକାଣ୍ଡର ଏହି ଲାଇଭ ଭିଡିଓକୁ ନେଇ ଏବେ ହଇଚଇ । ଶୁଭମ ସିଂ କାହା ପାଇଁ ଏହି ଲାଇଭ ଭିଡିଓ କରିଥିଲା ଏବଂ ଆଉ କାହାକୁ ଅବ ତେରୀ ବାରି ବୋଲି କହୁଥିଲା, ତାହା ଏଵେ ଚର୍ଚ୍ଚାର ବିଷୟ ହୋଇଛି । ତେବେ କେଉଁ କାରଣରୁ ଶତୃତା ଏତେ ବଢିଯାଇଥିଲା ଯେ ଦୁଇ ଜହ୍ଲାଦ ନିଜ ବନ୍ଧୁକୁ ହତ୍ୟାକରି ପୋଡିଦେବା ସହିତ ଲାଇଭ ଭିଡିଓ କରିଥିଲେ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗୋଟେ ମିନିଟ ଏକ ସେକେଣ୍ଡର ଏହି ଛାତିଥରା ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି |

Comments are closed.