ଧନ ଓ ଐଶ୍ବର୍ଯ୍ୟର ଅଧୃଷ୍ମାତ୍ରି ଦେବୀ ମା’ ଲକ୍ଷ୍ମୀ

ଜଟଣୀ (ସଞ୍ଜୀବ କୁମାର) : ସମଗ୍ର ହିନ୍ଦୁ ସମାଜରେ ଲକ୍ଷ୍ମୀପୂଜା ପ୍ରଚଳିତ । କିନ୍ତୁ ମାର୍ଗଶିର ମାସ ମାଣବସା ଗୁରୁବାର କେବଳ ଓଡିଆ ମାନଙ୍କ ଏକାନ୍ତ ନିଜସ୍ବ ପର୍ବ । ମାର୍ଗଶିର ମାସ ଗୁରୁବାର ମା ଲକ୍ଷ୍ମୀଙ୍କ ବାର । ସବୁ ଓଡିଆ ଘରେ ଏହି ପର୍ବ ପାଳନ କରାଯାଏ । ଜାତି-ଅଜାତିର ଭେଦ ଭାବ ଏହି ପୂଜାରେ ନାହିଁ । ମାର୍ଗଶିର ମାସର ପ୍ରତ୍ୟେକ ଗୁରୁବାର ମା ଙ୍କୁ ଆବାହନ କରାଯାଏ । ଏହିଦିନ ଓଡିଆ ଗୃହିଣୀ ମାନେ ଝୋଟି, ଚିତା , ଧାନଶିଶା , ଆଙ୍ଗୁଳି ଚିତା ଆଦି ପକାଇ ପାରମ୍ପରିକ ଢଙ୍ଗରେ ଘରକୁ ସଜାଇ ଥାନ୍ତି ।
ସେହିପରି ମା ଙ୍କ ନିକଟରେ ଲାଗି ହେଉଥୁବା ପ୍ରସାଦ ମଧ୍ୟ ଓଡିଆଙ୍କ ନିଜସ୍ବ ରନ୍ଧଣାର ନିଚ୍ଛକ ନିଦର୍ଶନ । ଶାଗ, ପଖାଳ, ମଧୁରୁଚି, ଆମ୍ବିଳ, ସରପୁଳି, ଅଟକାଳି, ଆରିସା ପିଠା, ବେସର, ବହୁର, ମଣ୍ଡା, ଛେନା ନଡିଆ ପୁର ଦିଆ କାକରା ଇତ୍ୟାଦି ଓଡିଆ ଘର ବ୍ୟତୀତ ଅନ୍ୟ କେଉଁଠି ଦେଖୁବାକୁ ମିଳେନାହିଁ । ପ୍ରଭୁ ଜଗନ୍ନାଥଙ୍କ ପାଟରାଣୀ ମା’ ଲକ୍ଷ୍ମୀ । ଧନ ଓ ଐଶ୍ବର୍ଯ୍ୟର ଅଧୃଷ୍ମାତ୍ରି ଦେବୀ ମା’ ଲକ୍ଷ୍ମୀ । ଓଡିଆ ସଂସ୍କୃତି ଓ ପରମ୍ପରା ଅଷ୍ଟଲକ୍ଷ୍ମୀଙ୍କ ମଧ୍ୟରେ ଧାନ୍ୟ ଲକ୍ଷ୍ମୀଙ୍କୁ ମାର୍ଗଶିର ମାସ ଗୁରୁବାରରେ ଉପାସନା କରିବାର ବିଧ୍ବ ରହି ଆସିଛି ।ଏହି ଦିନ ମାଣପୂର୍ଣ୍ଣ ଧାନ ଶସ୍ୟକୁ ଧାନ୍ୟ ଲକ୍ଷ୍ମୀ ଭାବେ ପୂଜା କରାଯାଏ ।

Comments are closed.