ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସରେ ସଚେତନତା ରାଲି

ବିଶ୍ବ ଆତ୍ମହତ୍ୟା ନିବାରଣ ଦିବସର ଚଳିତ ବର୍ଷ ଥିମ ରହିଛି Creating Hope throw action। ଏ ନେଇ Raccers And Runners Club ଓ ଭାରତୀୟ ମାନସିକ ସଂଘ ଓଡିଶା ଶାଖା ପକ୍ଷରୁ ମିଳିତ ଆନୁଲୁଲ୍ୟରେ ଭୁବନେଶ୍ୱରରେ ଏକ ସଚେତନତା ସାଇକେଲ ରାଲି ହୋଇଛି । World health organisation କୁ ସେପ୍ଟେମ୍ବର ୧୦ ତାରିଖ କୁ ଆତ୍ମହତ୍ୟା ନିବାରଣ ଦିବସ ରୂପେ ପାଳନ କରାଯାଉଛି ।

ପାଳନ କରିବା ମୁଖ୍ୟ ଉଦେଶ୍ୟ ହେଉଛି ଆମ ପୃଥିବୀ ରେ ବର୍ତମାନ ଯେଉଁ ପରିମାଣରେ ଆତ୍ମହତ୍ୟା ର ସଂଖ୍ୟା ବଢ଼ି ଚାଲିଛି ତାହାକୁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ତାର ସଂଖ୍ୟା କମ କରିବା ବା ସମ୍ପୂର୍ଣ୍ଣ ଭାବେ ନିବାରଣ କରିବା ର ଉଦ୍ୟୋଶ। ବର୍ତମାନ ପ୍ରାୟପ୍ରତି ୪୦ ସେକେଣ୍ଡରେ ଜଣେ ନା ଜଣେ ବ୍ୟକ୍ତି ପୃଥିବୀରେ ଆତ୍ମହତ୍ୟା କରୁଛନ୍ତି |ଏହି ଆତ୍ମହତ୍ୟା ର ମୁଖ୍ୟ କାରଣ ଏକ ମାନସିକ ରୋଗ | ଏହି ମାନସିକ ରୋଗକୁ ସମାଜ ଚେଷ୍ଟା କଲେ ଏହାକୁ ଦୂର କରାଯାଇ ପାରିବ | ଏହାକୁ ଦୂର କରିବା ପାଇଁ ବିଭିନ୍ନ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେଇ କରାଯାଇ ପାରିବ | ସମାଜରେ ବାପା ମା ଆଉ ଅନ୍ୟ ମାନେ ମଧ୍ୟ ସାମାଜିକ ବନ୍ଧୁ ଏମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଗଲେ ତାହାକୁ ଦୂର କରାଯାଇପାରେ । ଏହି ଆତ୍ମହତ୍ୟା ବଢିବାର ମୁଖ୍ୟ କାରଣ ବର୍ତମାନର ଯୋଉ ସାମାଜିକ ଚଳଣି, ଛୋଟ ପରିବାର, ଘର ଭିତରେ ଏକା ରହିବା ଓ ରୋଜଗାର ନ କରିପାରି ବର୍ତମାନ ସମାଜରେ ଯେଉଁ ଭଳି ବଢ଼ି ଚାଲିଛି ଆଧୁନିକୀକରଣ ତାକୁ ତାଳ ଦେଇ ନ ପାରିବ ଏହାର ମୁଖ୍ୟ କାରଣ ଅଟେ । ଏହାକୁ ନିବାରଣ କରିବା ପାଇଁ ଏକ ସୁଗମ ପନ୍ଥା

ହେଲା ପ୍ରତ୍ୟେକ ଦିନ Physical exercise କରିବା ବା ଦୌଡ,କୁଦ,ସାଇକେଲ ଓ ସନ୍ଥଳନ ଇତ୍ୟାଦି କରାଯାଇ ମାନସିକ ସ୍ଥିତିକୁ ଠିକ ରଖାଯାଇପାରିବ |ଏହା କରାଗଲେ ଜଣେ ଲୋକ ବା ବ୍ୟକ୍ତି ତାର ମାନସିକ ସ୍ଥିତି ଠିକ ରଖୁପାରିବ ଓ ଖୁସିରେ ରହିପାରିବ | ବର୍ତମାନ ଏହାକୁ ଦୂର କରିବା ପାଇଁ ଭୁବନେଶ୍ବରସ୍ଥିତ ପ୍ରଫେସର ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର ସମ ହସ୍ପିଟାଲ ରେ କାର୍ଯ୍ୟରତ ସିଏ ମୁଖ୍ୟ ଏକ ପୁରୋଧା ଭାବରେ ଏହାକୁ ନିବାରଣ କରିବାକୁ ଚେଷ୍ଟା କରୁଛନ୍ତି । Raccers And Runners Club ସହ ଯୋଗ ରେ ଏକ ସାଇକେଲ ରାଲି ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ଏହି ପଦକ୍ଷେପ ନେଇଛନ୍ତି।

Comments are closed.