ଟ୍ରକ୍ ଧକ୍କା ରେ ନାବାଳକ ମୃତ୍ୟୁ

ଭୁବନେଶ୍ୱର : କୋଇଡା ଥାନା ଅନ୍ତର୍ଗତ କାଦୋଡିହା ଗ୍ରାମରେ ଗତକାଲି ପ୍ରାୟ ୧୧ ଟା ସମୟରେ ରାଜା ଭୂମିଜ୍(୬ବର୍ଷ) ନାମକ ଜଣେ ନାବାଳକ ରାସ୍ତା ପାର ହେଉଥିବା ସମୟ ରେ OD 22 W 8111 ବିଶିଷ୍ଟ ଏକ ଟ୍ରକ୍ ଚାପି ଦେବାରୁ ଘଣାସ୍ଥଳରେ ତାର ମୃତ୍ୟୁ ହୋଇଛି।

ପରିବାର ଲୋକେ ଏବଂ ଗ୍ରାମବାୀମାନେ କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ। କୋଇଡା ଥାନା ଅଧିକାରୀ ଲୋକେଶ୍ୱର୍ ସାହୁ, କୋଇଡା ଅତିରିକ୍ତ ତହସିଲଦାର ଆଶିଷ ରାଉତ, ପୁର୍ବତନ ବଣାଇ ବିଧାୟକ ଜନାର୍ଦ୍ଦନ ଦେହୁରୀ,ସ୍ଥାନୀୟ ସରପଞ୍ଚ ହୃଷୀକେଶ ଦେହୁରୀ ପ୍ରମୁଖ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବା ସହ କ୍ଷତି ପୂରଣ ପାଇଁ ପ୍ରତିଶ୍ରୁତି ଦେଲା ପରେ ଦୀର୍ଘ ୬ ଘଣ୍ଟା ପରେ ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋଇଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିଲା।।

Comments are closed.