ନୂଆଗାଁ ପୁଲିସର ଚଢ଼ାଉ,ଦେଶୀ ମଦ ଜବତ ସହ ଜଣେ ଗିରଫ

ନୂଆଗାଁ(ପୁଷ୍ପଲତା ପ୍ରଧାନ ) : ନୟାଗଡ ଜିଲ୍ଲା ନୂଆଗାଁ ପୁଲିସ ଚଢ଼ାଉ କରି ୭ ଲିଟର ଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ ନୟାଗଡ ଥାନା ନୂଆ ଜୟପୁର ଗ୍ରାମର ଛାଟିଆ ସେଠୀଙ୍କ ପୁଅ ପ୍ରସନ୍ନ ସେଠୀ (୫୦) ନମ୍ବର ପ୍ଲେଟ୍ ନଥିବା ଏକ ଟିଭିଏସ୍ ଏକ୍ସ ଏଲ ସୁପର ଗାଡ଼ିରେ ମହିପୁର ଛକ ଦେଇ ଯାଉଥିବା ବେଳେ ନୂଆଗାଁ ପୁଲିସ ଚଢ଼ାଉ କରି ୭ ଲିଟର ଦେଶୀ ମଦ ଜବତ କରି ,ପ୍ରସନ୍ନକୁ ଗିରଫ କରି ନୂଆଗାଁ ଥାନା କୁ ଆଣିଥିଲେ । ୧୫୩/୨୧ ରେ ମାମଲା ରୁଜୁ କରି ପ୍ରସନ୍ନ କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ବସନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

Comments are closed.