ବିଜୁ ଜନତା ଦଳ ବବି ଜନତା ଦଳରେ ପରିଣତ ହେଉଛି : କଂଗ୍ରେସ

ଭୁବନେଶ୍ୱର – ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଛି । ମୁଖପାତ୍ର ଶ୍ରୀ ପଦ୍ମାକର ଗୁରୁ ଓ ପ୍ରଦେଶ ମହିଳା କଂଗ୍ରେସ କମିଟି ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡ଼ା ସାମ୍ବାଦିକଙ୍କୁ ସମ୍ବୋଧିତ କରିଥିଲେ ।
ରାଜ୍ୟରେ ମହିଳା ଓ ଶିଶୁ ନିଖୋଜ ଉପରେ ବଢ଼ୁଥିବା ନିର୍ଯ୍ୟାତନା, ଅପହରଣ, ଅପରାଧି, ବଳାତ୍କାର, ଗଣବଳାତ୍କାର ଓ ହତ୍ୟାକୁ ନେଇ ରାଜ୍ୟସାରା ଆଲୋଡ଼ନ ସୃଷ୍ଟି ହେଉଥିବା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଦାବିଷ୍ଣୁ ସାଜି ଚୁପ୍ ରହିବା ମହିଳାଙ୍କ ଲାଗି ଚରମ ଅପମାନ ବୋଲି ମୁଖପାତ୍ର ପଦ୍ମାକର ଗରୁ କହିଛନ୍ତି । ସଂପ୍ରତି ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ପ୍ରସଙ୍ଗ କମ୍ରଶ ରାଜ୍ୟ ବାତାବରଣକୁ ଅତିଶୟ ପ୍ରଭାବିତ କରବାକୁ ନେଇ ଜନସାଧାଣଙ୍କର ଆକ୍ରୋଶକୁ ମୁଖ୍ୟମନ୍ତ୍ରୀ ବୁଝି ନପାରିବା ଅତ୍ୟନ୍ତ ପୀଡ଼ାଦାୟକ ଅଟେ । କିଛି ବର୍ଷ ଧରି ମୁଖ୍ୟମନ୍ତ୍ରୀ ହାତଗଣତି ୪ ଜଣଙ୍କର କଥାରେ ପଡ଼ି ରାଜ୍ୟର ତଥା ରାଜ୍ୟବାସୀଙ୍କର ଭାବନାକୁ ଯେପରି କୁଠାରଘାତ କରୁଛନ୍ତି । ତାହା ସର୍ବଦା ଗ୍ରହଣୀୟ ନୁହେଁ । ସତେଯେପରି ବିଜୁଜନତା ଦଳ ଏବେ ବବି ଜନତା ଦଳରେ ପରିଣତ ହୋଇଛି । ମୁଖ୍ୟମନ୍ତ୍ରୀ ବବି, ପାଣ୍ଡିଆନ, ପ୍ରତାପ ଓ ଦିବ୍ୟଶଙ୍କରଙ୍କ ଠାରୁ ଦୂରେଇ ନ ରହିଲେ ରାଜ୍ୟବାସୀ ଅଣ୍ଡା, ଝଣ୍ଡା ଆଉ ଲଣ୍ଡାର ଫଣ୍ଡାରେ ତାଙ୍କୁ ଓ ମନ୍ତ୍ରୀମାନଙ୍କଚ ଓଡ଼ିଶାବାସୀ ସାରା ଓଡ଼ିଶାରେ ବିରୋଧ କରିବେ । ସତେଯେପରି ଏହି ୪ଜଣଙ୍କ ଲାଗି ନବୀନବାବୁ ନିଜର ଭାବ ମୂର୍ତୀକୁ ବଂଚେଇବା ଅପେକ୍ଷା ସେମାନଙ୍କୁ ସୁରକ୍ଷା ଦେବାକୁ ବେଶି ଶ୍ରେୟ ନେଉଛନ୍ତି । ଏହି ୪ଜଣଙ୍କ ମିଥ୍ୟା ଜାଲରେ ମୁଖ୍ୟମନ୍ତ୍ରୀ ଫସିଯିବା ରାଜ୍ୟବାସୀଙ୍କ ଲାଗି ଆଦୌ ଶୁଭଙ୍କର ନୁହେଁ । ଦୈନିକ ଆଠଜଣ ମହିଳା ରାଜ୍ୟରେ ନିର୍ଯ୍ୟାତନାର ଶିକାର ହେବା ଓ ଆମ ରାଜ୍ୟ ଅପରାଧରେ ସାରା ଦେଶରେ ୨ୟ ସ୍ଥାନ ଅଧିକାର କରିବା, ସାଇବର ଅପରାଧରେ ଓଡ଼ିଶା ଦେଶରେ ପ୍ରଥମସ୍ଥାନ ଅଧିକାର କରିବା ପବିତ୍ର ଜଗନ୍ନାଥ ଧାମକୁ ଅପରାଧିଙ୍କ ଚରାଭୂଇଁ ସଜେଇ ଦେଇଛି । ନାରୀ ଜାତିର ସମ୍ମାନ, ସ୍ୱାଭିମାନ ସୁରକ୍ଷା ଓ ଭବିଷ୍ୟତ ଆଜି ବିପନ୍ନ ଅବସ୍ଥାରେ । ଅପରାଧିଙ୍କୁ ସଜା ଦେବାରେ ରାଜ୍ୟ ବହୁ ପଛରେ ।
ସେଥିଲାଗି ବିଧାନସଭା ଭିତରେ ଓ ବାହାରେ କଂଗ୍ରେସ ଦଳ ପ୍ରତିବାଦ ଓ ବିପ୍ଳବ ଜାରି ରଖିବ ବୋଲି ପିସିସି ମୁଖପାତ୍ର ପଦ୍ମାକର ଗୁରୁ ମତବ୍ୟକ୍ତ କରିଥିଲେ । ଆଗାମୀ ବିଧାନସଭାରେ ସରକାର ଏକ ସ୍ୱେତପତ୍ର ଦାଖଲ କରନ୍ତୁ ବୋଲି ମୁଖପାତ୍ର ଶ୍ରୀଯୁକ୍ତ ଗୁରୁ ଦୃଢ଼ ଦାବୀ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡ଼ା ଉପସ୍ଥିତ ଥିଲେ ।

Comments are closed.