ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ ୩ ଆହାତ

ମୟୂରଭଞ୍ଜ(ବିଶ୍ୱଜିତ୍ ମହାନ୍ତି) : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ସାଇକେଲ ମଟରସାଇକେଲ ମୁହାଁମୁହିଁ ଧକା ଜଣେ ମୃତ ୩ ଆହାତ ।ଏପରି ଦୁଃଖଦ ଘଟଣା ଘଟିଛି କରଞ୍ଜିଆ ଥାନା ଅନ୍ତର୍ଗତ କରଂଜିଆ ସିଙ୍ଗଡା ରାସ୍ତାର ଟାଇଲ ଫେକ୍ଟ୍ରି ନିକଟରେ। ଗତକାଲି ପୂର୍ବାହ୍ନ ୧୦ ଘଟିକା ସମୟରେ ନିଜ ଘର ବାରିଆ ଥାନା କୁଦରସାହି ଗ୍ରାମରୁ କରଞ୍ଜିଆ ବସଷ୍ଟାଣ୍ଡକୁ ଆସିବା ସମୟରେ ବସ ଷ୍ଟାଣ୍ଡ ପୂର୍ବରୁ ଏକ ସାଇକେଲ ସହିତ ଦୁର୍ଘଟଣା ଘଟିଥିଲା ।ଦୁର୍ଘଟଣାରେ ସାଇକେଲ ଆରୋହୀ ଗୁଲା ଦେହୁରୀଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ।ଖବର ପାଇ କରଂଜିଆ ପୋଲିସ ଘଟଣା ସ୍ଥଳୁରୁ ବାଇକ ଏବଂ ସାଇକେଲ କୁ ଜବତ କରି ଅଧିକ ତଦନ୍ତ କରୁଛି ।ସେପଟେ ଆହତ ତିନି ଜଣଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟକୁ ଆଣି ଚିକିତ୍ସା କରା ଯାଉଛି । ତେବେ ତାଙ୍କର ଅଵସ୍ଥା ସ୍ଥିର ଥିବା ଜଣା ପଡୁଛି ।

Comments are closed.