ଖପ୍ରାଖୋଲ ପୋଲିସ ର ଚଢ଼ାଉ ୧୦୦ ବୋତଲ କପ ସିରଫ ଜବତ , ଦୁଇ ଗିରଫ

ଖପ୍ରାଖୋଲ(ଉମାକାନ୍ତ ପ୍ରଧାନ) – ଖପ୍ରାଖୋଲ ପୋଲିସ ଚଢ଼ାଉ କରି ଦୁଇ କଫ ସିରଫ ବେପାରିକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଦୁଇଜଣ ହେଲେ ଧଣ୍ଡାମୁଣ୍ଡା ଗାଁ ର ସତ୍ୟପ୍ରିୟ ପଟେଲ ଓ ବେଲପଡ଼ା ଥାନା ବେଲପଡ଼ା ର ମଧୁସୂଦନ ବାଗ । ସୂଚନା ଅନୁସାରେ ଖପ୍ରାଖୋଲ ପୋଲିସ ପେଟ୍ରୋଲିଂ କଲା ବେଳେ ଧଣ୍ଡାମୁଣ୍ଡା ଗାଁ ର ସତ୍ୟପ୍ରିୟ ପଟେଲ କଫ ସିରଫ ରଖିଥିବା ନେଇ ତନଖି କଲା ବେଳେ ଦୁଇଟି କଫ ସିରଫ ଜବତ କରିଥିବା ବେଳେ କଫ ସିରଫ ଯୋଗାଣର ମୁଖ୍ୟ ବେଲପଡ଼ା ର ମଧୁସୂଦନ ବାଗ ଘରେ ଚଢ଼ାଉ କରି ୯୮ ବୋତଲ କପ ସିରଫ, ୧୨୦ ଟି ନିଶା ବଟିକା ସମେତ ୬୫୦୦ ଟଙ୍କା ଜବତ କରିଥିଲା । କପ ସିରଫ ବିକିବା ଅଭିଯୋଗ ରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Comments are closed.