ନଦୀରେ ବୁଡ଼ି ଜଣଙ୍କ ମୃତ୍ୟୁ !!
ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି | ନଦୀରେ ବୁଡ଼ି ଯାଇ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବାର ଶୁଣିବାକୁ ମିଳୁଛି | ସୂଚନା ଅନୁସାରେ ରାଣୀପଡ଼ା ଗ୍ରାମରେ ଦୀର୍ଘ ବର୍ଷ ଧରି ବାସ କରୁଥିବା ଦୀନବନ୍ଧୁ ନାୟକ (୪୩) ଆଜି ଅପରାହ୍ନରେ ଶୌଚ ନିମନ୍ତେ ଗ୍ରାମ ନଦୀକୁ ଯାଇଥିଲେ | ତେବେ ସେଠାରେ ଅସାବଧାନତା ବଶତଃ ଗୋଡ଼ ଖସିଯିବାରୁ ନଦୀ ମଧ୍ୟରେ ବୁଡ଼ି ଯାଇଥିଲେ | ଗ୍ରାମବାସୀ ଏହା ଦେଖି ତାଙ୍କୁ ନଦୀରୁ ଉଦ୍ଧାର କରିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବାର ଅନୁମାନ କରୁଛନ୍ତି | ତେବେ ମେଡିକାଲ ନେବା ପରେ ପ୍ରକୃତ ଅବସ୍ଥା ଜଣାପଡିବ । ଦୀନବନ୍ଧୁଙ୍କର ଦୁଇ ଜଣ ଝିଅ ଥିବା ଜଣାପଡିଛି |
Comments are closed.