ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ରାଜ୍ୟପାଳ

ନୂଆଦିଲ୍ଲୀ :ରାଜ୍ୟପାଳ କହିଛନ୍ତି, ସେ ବ୍ୟକ୍ତିଗତ ଭାବେ ମାନ୍‌ଙ୍କୁ ନିମନ୍ତ୍ରଣ କରିଥିଲେ। କିନ୍ତୁ କୌଣସି ବାଧ୍ୟବାଧକତା ପାଇଁ ସେ ଆସି ନଥିବା ଜଣାପଡ଼ୁଛି। ଯେତେ କାର୍ଯ୍ୟ ଥିଲେ ବି ସାମ୍ବିଧାନିକ ଦାୟିତ୍ବକୁ ଅଗ୍ରାଧିକାର ଦିଆଯିବା ଉଚିତ ବୋଲି ରାଜ୍ୟପାଳ ମତ ଦେଇଛନ୍ତି। ରାଷ୍ଟ୍ରପତି ମୁର୍ମୁ ବାୟୁସେନା ଦିବସରେ ଚଣ୍ଡିଗଡ଼ ଯାଇଥିବାବେଳେ ତାଙ୍କୁ ନାଗରିକ ଅଭ୍ୟର୍ଥନା ଦେବା ପାଇଁ ରାଜଭବନରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।

ତେବେ ମାନ୍‌ଙ୍କ ବିରୋଧରେ ରାଜ୍ୟପାଳ ଦେଇଥିବା ମନ୍ତବ୍ୟ ଉପରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ପ୍ରତିକ୍ରିୟା ପ୍ରକାଶ କରିଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଦଳ କହିଛି। ରାଷ୍ଟ୍ରପତିଙ୍କୁ ସ୍ବାଗତ ଏବଂ ବିଦାୟ ସମ୍ବର୍ଦ୍ଧନା ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ମାନ୍‌ ପଞ୍ଜାବ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ଅମନ ଅରୋରାଙ୍କୁ ପଠାଇଥିଲେ। ଅରୋରା କହିଛନ୍ତି, ମାନ୍‌ଙ୍କ ଗସ୍ତ କାର୍ଯ୍ୟକ୍ରମ ପୂର୍ବରୁ ସ୍ଥିର ହୋଇ ସାରିଥିଲା। ଏଥିସହିତ ରାଜ ଭବନରୁ ରାଜ୍ୟପାଳ ରାଜନୈତିକ ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ରାଜ୍ୟର ୫ ଜଣ ମନ୍ତ୍ରୀ, ପୁଲିସ ମହାନିର୍ଦ୍ଦେଶକ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ‌ ଦେଇଥିଲେ।

Comments are closed.