ଲିଚୁ ସ୍ବାସ୍ଥ୍ୟ ପାଇଁ କେତେ ଭଲ,ଜାଣନ୍ତୁ

ଲିଚୁ ସମସ୍ତଙ୍କ ପାଟିକୁ ସୁଆଦିଆ ଲାଗୁଥିବା ଏହି ଲିଚୁର ବି ରହିଛି ଅନେକ ସାଇଡ୍‌ ଇଫେକ୍ଟ। ଆବଶ୍ୟକତାଠାରୁ ଅଧିକ ଲିଚୁ ଖାଇବା ଦ୍ୱାରା ଆପଣ ମାରାତ୍ମକ ରୋଗରେ ପଡିପାରନ୍ତି।

ଆହୁରି ପଢ଼ନ୍ତୁ
ରାତିରେ କ୍ଷୀର ପିଉଥିଲେ ସାବଧାନ, ହୋଇପାରେ ମାରାତ୍ମକ

ହୃଦଘାତ ଆଶଙ୍କା କମ୍‌ କରିଥାଏ ଏହି ସୁପରଫୁଡ୍‌, ନିଜ ଡାଏଟ୍‌ରେ…
ଖାଲି ପେଟରେ ଲିଚୁ ଖାଇବା ଠାରୁ ଦୂରେଇ ରୁହନ୍ତୁ। ଏହା ବିଶେଷ ରୂପେ କ୍ଷତିକାରକ। ଏଥିରେ ମିଥାଇଲନ୍ ସାଇକ୍ଲୋପ୍ରୋପିଲ୍-ଗ୍ଲାଇସିନ୍ ଥାଏ। ଏହା ମସ୍ତିଷ୍କକୁ ପ୍ରଭାବିତ କରିଥାଏ ଏବଂ ପେଟର ଅମ୍ଳତା, ଫୁଲିବା ଏବଂ ଗ୍ୟାସ୍‌ ସୃଷ୍ଟି କରିଥାଏ।
ଅତ୍ୟଧିକ ଲିଚୁ ଖାଇବା ଦ୍ୱାରା ବ୍ଲଡ ସୁଗାର ଲୋ’ ହୋଇପାରେ। ଲିଚୁରେ ଥିବା ସାଇକ୍ଲୋପ୍ରୋପିଲ୍-ଗ୍ଲାଇସିନ୍ ବ୍ଲଡ ସୁଗାର ଲୋ’ କରିବାରେ କାମ କରିଥାଏ।
ଏଭଳି ଅନେକ ଫଳ ରହିଛି ଯାହାକୁ ଖାଇବା ଦ୍ୱାରା ଆଲର୍ଜି ସମସ୍ୟା ଦେଖାଦେଇଥାଏ। ସେହି ଫଳ ମଧ୍ୟରୁ ଗୋଟିଏ ହେଉଛି ଲିଚୁ। ଲିଚୁରେ ଲୁଚି ରହିଥିବା ମାଇକ୍ରୋବସ୍ ଫୁଡ୍‌ ପଏଜନିଂ ଏବଂ ଆଲର୍ଜି ସୃଷ୍ଟି କରିପାରେ। ଏହାକୁ ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇପାରେ।
ଲିଚୁରେ ଥିବା ବିଷାକ୍ତ ପଦାର୍ଥ ଆକ୍ୟୁଟ୍ ଏନସେଫାଲାଇଟିସ୍ ସିଣ୍ଡ୍ରୋମ ସୃଷ୍ଟି କରେ, ଯାହା ସ୍ଥାନୀୟ ଭାବରେ ମସ୍ତିଷ୍କ ଜ୍ୱର ବା ମେନିଞ୍ଜାଇଟିସ୍ ଭାବରେ ଜଣାଶୁଣା।
ଡାକ୍ତରଙ୍କ କହିବା ମୁତାବକ, ଛୋଟ ପିଲାମାନେ ଲିଚୁ ନ ଖାଇବା ଭଲ। ଲିଚୁର ଉପାଦାନଗୁଡ଼ିକ ପିଲାମାନଙ୍କ ଶରୀରରେ ସଂକ୍ରମଣ ସୃଷ୍ଟି କରିପାରେ। ଏହା ଦ୍ୱାରା ହଠାତ୍ ପେଟ ଯନ୍ତ୍ରଣା ଏବଂ ଶରୀରରେ ଲାଲ ରଙ୍ଗର ଦାଗ ସୃଷ୍ଟି କରିପାରେ। ତେଣୁ, ଛୋଟ ପିଲାମାନଙ୍କୁ ଲିଚୁ ଜୁସ୍‌ ଦିଅନ୍ତୁ, କିନ୍ତୁ ଲିଚୁ ଖାଇବାକୁ ଦିଅନ୍ତୁ ନାହିଁ।

Comments are closed.