ପୂଜାରେ ମା’ଙ୍କ ପାଖରେ ଜଳାନ୍ତୁ ଅଖଣ୍ଡ ଜ୍ୟୋତି

ମହିଷା ମର୍ଦ୍ଧିନି ମା ସଂସାର ସମସ୍ତ ଦୁଃଖ କଷ୍ଟ ଦୂର କରିବା ପାଇଁ ଭକ୍ତଙ୍କ ଦୁଃଖ ନାଶନ ପାଇଁ ମା ଏ ମର୍ତ୍ତ୍ୟମଣ୍ଡଳକୁ ମା ଆସିଥାନ୍ତି । ଭକ୍ତର ଆରାଧନା ଓ ପୂଜାରେ ମା ସନ୍ତୁଷ୍ଟ ମଧ୍ୟ ହୋଇ ଆର୍ଶୀବାଦ ଦେଇଥାନ୍ତି । ମା ଙ୍କୁ ସନ୍ତୁଷ୍ଟ କରିବା ପାଇଁ ନାନାଦି ବିଧିରେ ଭକ୍ତମାନେ ମା ଙ୍କ ଆରାଧନା କରନ୍ତି । ମା ଦୁର୍ଗାଙ୍କ କୃପା ଲାଭ ପାଇଁ ନବରାତ୍ରି ସମୟ ସବୁଠୁ ଶ୍ରେଷ୍ଠ ହୋଇଥାଏ । ସେଥିପାଇଁ ଏହି ସମୟରେ ସମସ୍ତ ଭକ୍ତ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ଲାଗି ପଡିଥାନ୍ତି । ଏଥିରେ ସଠିକ୍ ପୂଜା-ବିଧି, ବ୍ରତ କରିବା, ସ୍ତୁତି ପାଠ କରିବା ଆଦିର ଖୁବ୍ ମହତ୍ୱ ରହିଛି । ଏହାବ୍ୟତିତ ସବୁଠାରୁ ବଡ ହେଉଛି ଅଖଣ୍ଡ ଜ୍ୟୋତି ଜାଳିବା

ଶାସ୍ତ୍ର ଅନୁଯାୟୀ,ନବରାତ୍ରି ଅବସରରେ ମା’ଙ୍କ ପାଖରେ ଅଖଣ୍ଡ ଜ୍ୟୋତି ଜଳାଇବା ଦ୍ୱାରା ସଂସାରରୁ ଅନ୍ଧକାର ଦୂର ହୋଇଥାଏ । ତେବେ ଏହି ବିଶ୍ଵାସରେ ମା ଙ୍କୁ ଭକ୍ତଟିଏ ସନ୍ତୁଷ୍ଟ କରିବାକୁ ଲାଗିଥାଏ । ଆସନ୍ତୁ ଅଖଣ୍ଡ ଜ୍ୟୋତି ଜାଳିବାର କିଛି ନିୟମ ବିଷୟରେ ଜାଣିବା । ଏହାସହିତ ଅଖଣ୍ଡ ଜ୍ୟୋତି ଜାଳିବାର ନିୟମ ପାଳନ କଲେ ଭକ୍ତଙ୍କ ଉପରେ ମା ଦୁର୍ଗା ପ୍ରସନ୍ନ ହୋଇଥାନ୍ତି ।
ଅଖଣ୍ଡ ଜ୍ୟୋତି ପାଇଁ ଏକ ବଡ ପିତଳ ଦୀପ ନିଅନ୍ତୁ । ଏହାବ୍ୟତିତ ଆପଣ ମାଟି ଦୀପ ବି ବ୍ୟବହାର କରିପାରିବେ । ଧାର୍ମିକ ନୀତି ଅନୁଯାୟୀ ପୂଜା ପାଇଁ ମାଟି ଏବଂ ପିତଳ ଦୀପ ଦୁଇଟି ଯାକ ଶୁଭ ହୋଇଥାଏ । ସର୍ବଦା ଅଖଣ୍ଡ ଦୀପକୁ କୌଣସି ଉଚ୍ଚ ସ୍ଥାନରେ ରଖିବା ଉଚିତ୍ । ଯେପରିକି ପିଢା, ଚୌକି କିମ୍ବା ଚାଉଳ ଉପରେ । ଏହାକୁ କଦାପି ଖାଲି ଚଟାଣରେ ରଖିବା ଉଚିତ୍ ନୁହେଁ । ସେଥିପାଇଁ ରକ୍ଷା ସୂତାରେ ବତି ତିଆରି କରି ଦୀପ ମଝିରେ ଦିଅନ୍ତୁ । ଏହାପରେ ଦୀପ ଜାଳିବା ପାଇଁ ଆପଣ ଘିଅ, ସୋରିଷ ତେଲ କିମ୍ବା ରାଶି ତେଲ ବ୍ୟବହାରୀ କରିପାରିବେ ।

ଅଖଣ୍ଡ ଜ୍ୟୋତି ଜାଳିବାର କାରଣ ଏବଂ ମହତ୍ୱ:
ଯେଉଁ ଦୀପ ଦିନ ରାତି ଜଳୁଥାଏ, ଜମାରୁ ଲିଭେ ନାହିଁ ତାକୁ ଅଖଣ୍ଡ ଜ୍ୟୋତି କୁହାଯାଏ । ନବରାତ୍ରି ଅବସରରେ ବ୍ରତଧାରୀ ମାନେ ବ୍ରତ ଆରମ୍ଭ କରିବା ଦିନଠାରୁ ଦୀପ ଜାଳିଥାନ୍ତି ଯାହା ବ୍ରତ ସମାପ୍ତ ହେବା ଯାଏଁ ଲିଭି ନଥାଏ

ଯଦି ଆପଣ ଘିଅ ଦୀପ ଜଳାଉଛନ୍ତି ତେବେ ତାକୁ ମା’ଙ୍କ ଡାହାଣ ପାଶ୍ୱର୍ରେ ରଖନ୍ତୁ । ଏହାବ୍ୟତିତ ଯଦି ଆପଣ ତେଲ ଦୀପ ଜାଳୁଛନ୍ତି ତେବେ ସେହି ଦୀପକୁ ମା’ଙ୍କ ବାମ ପାଶ୍ୱର୍ରେ ରଖନ୍ତୁ । ସବୁଠାରୁ ବଡ କଥା ହେଉଛି ଦୀପ ଜାଳିବା ପୂର୍ବରୁ ପ୍ରଥମେ ଗଣେଶ ଭଗବାନ,ମା ଦୁର୍ଗା ଏବଂ ଭୋଳାନାଥଙ୍କୁ ଧ୍ୟାନ କରିବା ଉଚିତ୍ ।

Comments are closed.