ଆଣ୍ଟିବାଇଓଟିକ ଖାଉଛନ୍ତିକି?

ଭୁବନେଶ୍ୱର : ଆମ ଦୈନନ୍ଦିନ ଜୀବନରେ ଆମେ ବିଭିନ୍ନ ପ୍ରକାରର ରୋଗ ଦ୍ଵାରା ସଂକ୍ରମିତ ହୋଇଥାଉ ।
ଆମ ମଧ୍ୟରୁ ଅଧିକାଂଶ ଲୋକ ସାମାନ୍ୟ ଛୋଟ ଛୋଟ ସମସ୍ୟା ପାଇଁ ତୁରନ୍ତ ଆଣ୍ଟି ବାୟୋଟିକ୍ ସେବନ କରିଥାଉ କିନ୍ତୁ ଏହା ସ୍ବାସ୍ଥ୍ୟ ପାଇଁ ଠିକ୍ ନୁହେଁ । ଦ ଲଟେଷ୍ଟ୍ ରିଜନାଲ ହେଲ୍ଥ – ସାଉଥ୍ ଇଷ୍ଟ ଏସିଆ ର ଗବେଷଣା ରେ କୁହାଯାଇଛି ଯେ ଭାରତରେ ଆଣ୍ଟି ବାୟୋଟିକ ଔଷଧର ଅଧିକ ବ୍ୟବହାର ହୋଇଥାଏ । ବିଶେଷ ଭାବରେ ଆଜିଥ୍ରୋମାଇସିନ ୫୦୦ ର ସେବନ ସବୁଠୁ ଅଧିକ କରାଯାଇ ଥାଏ । ଏହାପରେ ସଫିକ୍ସିମ୍୨୦୦ ଅଧିକ ବ୍ୟବହାର କରାଯାଉଛି । ଭାରତରେ ୨୦୧୯ ରେ ଡାକ୍ତରଙ୍କ ସୂଚନା ଅନୁସାରେ ଏହି ସବୁ ଔଷଧ ର ବ୍ୟବହାର ଦେଖି ଚାହିଁ କରିବା ଆବଶ୍ୟକ । ଆଣ୍ଟିବାୟୋଟିକ୍ ର ସାଇଡ ଇଫେକ୍ଟ୍ସ :– ସ୍ବାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଆଣ୍ଟିବାୟୋଟିକ୍ ଔଷଧ କାରଣରୁ ଶରୀରରେ ଆଣ୍ଟିବାୟୋଟିକ୍ ରେଜିଷ୍ଟଂସ୍ ହୋଇ ପାରେ।

ଏହାର ଅର୍ଥ ଯଦି ଏହି ଔଷଧ ଗୁଡ଼ିକ ର ଅଧିକ ସେବନ ଆପଣ କରିବେ ଦ୍ଵାରା ଶରୀର ଉପରେ କୌଣସି ପ୍ରଭାବ ପଡ଼ିନାହିଁ । ଏହା ଛଡ଼ା ଆଣ୍ଟିବାୟୋଟିକ୍ ଅଧିକ ସେବନ କରିବା ଦ୍ୱାରା କିଡନୀ ଉପରେ ପ୍ରଭାବ ପଡିଥାଏ ।

– ଅଧିକ ଆଣ୍ଟିବାୟୋଟିକ୍ ସେବନ ଦ୍ଵାରା ଶରୀରରୁ ହେଲଦି ବ୍ୟାକ୍ଟେରିଆ ନଷ୍ଟ ହୋଇଥାଏ । ଏହି କାରଣରୁ ସ୍ବାସ୍ଥ୍ୟ ଗତ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ ।

– ତେଣୁ ଗବେଷକ ଙ୍କ ମତରେ ସର୍ବଦା ସ୍ବାସ୍ଥ୍ୟ ବିଶେଷଜ୍ଞ ଙ୍କ ନିର୍ଦ୍ଦେଶ ଅନୁସାରେ ଆଣ୍ଟିବାୟୋଟିକ୍ ସେବନ କରିବା ଉଚିତ୍ ।

– ଆଣ୍ଟିବାୟୋଟିକ୍ ସେବନ କରିବା ସମୟରେ ଅଧିକ ପାଣି ପିଇବା ଉଚିତ୍ । ଯାହାଦ୍ଵାରା କିଡନୀ ଉପରେ ପ୍ରଭାବ ପଡ଼ିବ ନାହିଁ ।

Comments are closed.