ଗୋଟିଏ ଚାମ୍ବରରେ ବସେଇ ଅନୁଭବ ବର୍ଷାଙ୍କ ମଧ୍ୟସ୍ଥତା କଲେ ବିଚାରପତି

କଟକ : ବଢୁଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ଅଭିନେତା ଅନୁଭବ ମହାନ୍ତି ପାରିବାରିକ ବିବାଦ ମାମଲା।  ଆଜି କଟକ ପରିବାର ଅଦାଲତ ବିଚାରପତି କରିଛନ୍ତି ମଧ୍ୟସ୍ଥତା। ପରିବାର ଅଦାଲତ ବିଚାରପତି ନିଜ ଚାମ୍ବରରକୁ ଉଭୟଙ୍କୁ ଡାକି ଅଲୋଚନା କରିଥିବା ଜଣାପଡ଼ିଛି। ତେବେ ମଧ୍ୟସ୍ଥତାର କୌଣସି ଫଳାଫଳ  ସ୍ପଷ୍ଟ ହୋଇନି।

ସୂଚନା ମୁତାବକ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଆଜି ଉଭୟ ପରିବାର ଅଦାଲତରେ ହାଜର ହୋଇଥିଲେ। ୫ ହଜାର ଟଙ୍କା ତଣ୍ଡ ଦେଇ ରସିଦ୍ କାଟିଥିଲେ। କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଉଭୟ ଦାଖଲ କରିଥିବା ୫ ହଜାର ଟଙ୍କାର ପ୍ରମାଣ ଦେଇଥିଲେ। ସେପଟେ କୋର୍ଟ କାର୍ଯ୍ୟରେ ବିଚାର ପ୍ରକ୍ରିୟାକୁ ସହଯୋଗ କରିବା, ଅଯଥା ସମୟ ନନେବା, କୋର୍ଟରେ କୌଣସି ମିଥ୍ୟା ତଥ୍ୟ ଦାଖଲ ନକରିବା ନେଇ ସତ୍ୟପାଠ ଦାଖଲ କରିଥିଲେ ବର୍ଷା। ପରେ ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ପାଇଁ ନିଜ ଆଡୁ ନିର୍ଦ୍ଦେଶ ଦେଇଥିଲେ କଟକ ପରିବାର ଅଦାଲତ।

ଚଳିତ ମାସ ୯ ତାରିଖରେ କୋର୍ଟ ଦେଇଥିବା ନିର୍ଦ୍ଦେଶ ମୁତାବକ ଉଭୟ ଆଜି ହାଜର ହୋଇଥିଲେ।

 

Comments are closed.