ଲୁଟ ଘଟଣାରେ 2 ଗିରଫ

ଜଟଣୀ( ସଞ୍ଜୀବ କୁମାର) : ଖୋର୍ଦ୍ଧା ଜିଲ୍ଲା ମକୁନ୍ଦପ୍ରସାଦ ଗ୍ରାମର ସଞ୍ଜୟ ପରିଡ଼ା ମଙ୍ଗଳବାର ପୂର୍ବାହ୍ନ ୫ଟା ସମୟରେ ତାଙ୍କ ଅଟୋଟିକୁ ନେଇ ଜଟଣୀ ଅଭିମୁଖେ ଆସୁଥିବା ବେଳେ ଜଟଣୀ ଡମଣେଇ ମନ୍ଦିର ସମୁଖରେ ଦୁଇଜଣ ଯୁବକ ତାଙ୍କୁ ଅଟକାଇଥିଲେ । କିଛି ବୁଝିବା ପୁର୍ବରୁ ସଞ୍ଜୟଙ୍କ ପକେଟରୁ ମୋବାଇଲ ଫୋନ ଏବଂ ନଗଦ ୧୫୦ ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲେ।ଅଟେ ଚାଳକଙ୍କ ସହଯୋଗୀ ମାନେ ୨ଜଣ ଅଭିଯୁକ୍ତକୁ ମାଡିବସି ପୁଲିସର ଜିମା ଦେଇଥବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ଗିରଫ ଅଭି ଯୁକ୍ତମାନେ ହେଲେ ପୁରୀ ଜିଲା ସଦରଥାନା ଅଧୀନସ୍ଥ ଖଡିପଡା ଗ୍ରାମର ପପୁ ଓରଫ ସୁଜିତ କୁମାର ସାହୁ (୩୬) ଓ ଜଟଣୀ ଥାନା ଅନ୍ତର୍ଗତ ନୂଆଗାଁ ଅଞ୍ଚଳର ଟିଙ୍କୁ ଓରଫ ଅନନ୍ତ ବେହେରା(୨୨) ବୋଲି ଜଟଣୀ ଥାନା ଆଇଆଇସି ସୌମ୍ୟକାନ୍ତ ବଳିୟାରସିଂହ ସୂଚନା ଦେଇଛନ୍ତି । ଏନେଇ ଜଟଣୀ ଥାନାରେ ୩ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Comments are closed.